ସୁପର-୪ ରାଉଣ୍ଡରେ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରି ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ । ଏକ ରୋମାଞ୍ଚକର ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୧୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଓପନର ଅଧିନାୟକ ରୋହିତ ଶର୍ମା ଓ ମନ ଶୁଭଗିଲ ସତର୍କତାର ସହ ଖେଳିଥିଲେ । ରୋହିତ ଶର୍ମା ୧୫ ତମ ଖେଳାଳି ଭାବେ ଦିନିକିଆ କ୍ରିକେଟର ୧୦ ହଜାର ରନ୍ ପୂରଣ କରିବା ସହ ଅର୍ଦ୍ଧଶତକ କରିଥିଲେ। ପ୍ରଥମେ ମାତ୍ର ୧୯ ରନ୍ କରି ଆଉଟ୍ ହୋଇଥିଲେ ଶୁଭମନ ଗିଲ ।
ସୂଚନା ମୁତାବକ , ଚଳିତ ଏସିଆ କପରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଭାରତ। ଏହି ମ୍ୟାଚରେ ପ୍ରଥମେ ମାତ୍ର ୧୯ ରନ୍ କରି ଆଉଟ୍ ହୋଇଥିଲେ ଶୁଭମନ ଗିଲ। ପରେ ବିରାଟ କୋହଲୀ ମଧ୍ୟ ମାତ୍ର ୩ ରନ୍ କରି ପ୍ୟାଭିଲୟନ୍ ଫେରିଥିଲେ । ରୋହିତ ଶର୍ମା ୭ ଚୌକା ଓ ୨ଟି ଛକ୍କା ବଳରେ ୫୩ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ରାହୁଲ ଓ ଇଶାନ କିଷନ ଲଢୁଆ ବ୍ୟାଟିଂ କରି ୬୩ ରନ୍ ଯୋଡିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦୁନିଥ ୱେଲାଲଗେ ୫ଟି ୱିକେଟ୍ ନେଇଥିଲେ। ଏହା ସହ ସେ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହା ସତ୍ୱେ ଘରୋଇ ଦଳ ଶ୍ରୀଲଙ୍କା ୧୭୨ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ପୁଣି ଥରେ କୁଲଦୀପ ଯାଦବଙ୍କ କମାଲ ଦେଖିବାକୁ ମିଳିଥିଲା। କୁଲଦୀପ ୪ଟି ୱିକେଟ୍ ନେଇଥିବା ବେଳେ ବୁମରା ଓ ଜାଡେଜା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।
ଅଧିକ ପଢନ୍ତୁ ; ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ