ଶାର୍ଦୁଲଙ୍କ ଶାଣିତ ବୋଲିଂ ଆଗରେ ୨୨୯ ରେ ଅଟକିଲା ଦକ୍ଷିଣ ଆଫ୍ରିକା ନୁଆଦିଲ୍ଲୀ, ଜାନୁଆରୀ ୦୪(ଖବର ଓଡିଶା): Share story: ମଙ୍ଗଳବାର ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତର ଷ୍ଟାର ଅଲରାଉଣ୍ଡର ଶାର୍ଦୁଲ ଠାକୁରଙ୍କ ଶାଣିତ ବୋଲିରେ ଦକ୍ଷିଣ ଆଫ୍ରିକା ୨୨୯ ରନ୍ରେ ଅଲଆଉଟ୍ ହୋଇଯାଇଛି । ଶାର୍ଦୁଲ ବ୍ୟକ୍ତି ଗତ ଭାବରେ ୬୧ ରନ୍ ବ୍ୟୟ କରି ୭ ୱିକେଟ୍ ହାସଲ କରିଛନ୍ତି । ଶାର୍ଦୁଲଙ୍କ ପ୍ରଦର୍ଶନ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ମାତ୍ର ୨୭ ରନ୍ର ଅଗ୍ରଣି ଦେଇଛନ୍ତି । ଦକ୍ଷିଣ ଆଫ୍ରିକାର ବୋଲରମାନେ ଶୃଙ୍ଖଳିତ ପ୍ରଦର୍ଶନ କରିବା ପରେ ଭାରତ ୨୦୨ ସ୍କୋର କରିବାରେ ସଫଳ ହୋଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜଣେ ଭାରତୀୟ ବୋଲରଙ୍କ ଦ୍ୱାରା ଏହା ଏକ ଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ। ଶାର୍ଦୁଲ ତାଙ୍କର ୭ ୱିକେଟ୍ ଭାବରେ ଡିନ୍ ଏଲଗର, କିଗାନ୍ ପିଟର୍ସନ୍, ରସି ଭାନ୍ ଡର୍ ଡୁସେନ୍, କାଇଲ୍ ଭେରେନେନ୍ ଏବଂ ଟେମ୍ବା ବାଭୁମା, ମାର୍କୋ ଜାନସେନ୍ ଏବଂ ଲୁଙ୍ଗି ଏନଗିଡିଙ୍କୁ ଆଉଟ୍ କରିଛନ୍ତି। ଶାରଦୁଲଙ୍କ ବ୍ୟତୀତ ମହମ୍ମଦ ଶାମି ଦୁଇଟି ୱିକେଟ୍ ନେଇଥିବାବେଳେ ଜସପ୍ରୀତ ବୁମରା ଗୋଟିଏ ୱିକେଟ୍ ନେଇଛନ୍ତି। ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୧-୦ରେ ଆଗୁଆ ରହିଛି, ସେଞ୍ଚୁରିଅନରେ ପ୍ରଥମ ଟେଷ୍ଟକୁ ଭାରତ ୧୧୩ ରନ୍ରେ ଜିତି ନେଇଛି । ଶାର୍ଦୁଲଙ୍କ ଏହି ପ୍ରଦର୍ଶନ ପରେ ବହୁ ପୁର୍ବତ୍ତନ ଭାରତୀୟ ଖେଳାଳି ତାଙ୍କର ପ୍ରଦର୍ଶନରେ ତାଙ୍କର ପ୍ରଶଂସାରେ ଶତମୁଖ ହୋଇଉଠିଛନ୍ତି । #INDvsSAF@BCCIpic.twitter.com/eNJtmfHffE — Harbhajan Turbanator (@harbhajan_singh) January 4, 2022 pic.twitter.com/Jn5oN0Aen0 — VVS Laxman (@VVSLaxman281) January 4, 2022 — Irfan Pathan (@IrfanPathan) January 4, 2022 Well done Shardul 👏👏 @imShard pic.twitter.com/pi9873T6KE — Shikhar Dhawan (@SDhawan25) January 4, 2022 The lord is spitting fire at the bull ring 🔥 @imShard #IndianCricketTeam #SAvsIND — DK (@DineshKarthik) January 4, 2022 ଖବର ଓଡ଼ିଶା, Reporter, 04/01/2022