ଦୁବାଇ: ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁଁ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ବଡ ସ୍କୋର କରି ପାରିନି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୭ ୱିକେଟ୍ ହରାଇ ୨୫୧ ରନ କରିଛି । ଦଳ ପକ୍ଷରୁ ଡାରିଲ ମିଚେଲ୍ ୭୫ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ମିଚେଲ ବ୍ରେସୱେଲ ୫୩ ରନର ଦ୍ରୁତ ବ୍ୟାଟିଂ କରିବାରୁ ନ୍ୟୁଜିଲାଣ୍ଡ ସମ୍ମାନଜନକ ସ୍କୋରରେ ପହଞ୍ଚି ।ରିଛି । ରଚିନ ରବୀନ୍ଦ୍ର ୩୭ ରନ ଓ ଗ୍ଲେନ ଫିଲିପ୍ସ ୩୪ ରନ କରିଛନ୍ତି । ଚାମ୍ପିଅନ୍ସ ହେବା ପାଇଁ ଭାରତ ସମ୍ମୁଖରେ ୨୫୨ ରନର ବିଜୟ ଲକ୍ଷ୍ୟ ରହିଛି । ବୋଲିଂରେ ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିକାର କରିଛନ୍ତି ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର ୱିଲ ୟଙ୍ଗ ଓ ରଚିନ ରବୀନ୍ଦ୍ର ୫୭ ରନ ଯୋଡି ଭଲ ଆରମ୍ଭ ଦେଇଥିଲେ । ୟଙ୍ଗ(୧୫)ଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଏହା ପରେ ଭାରତ ପାଇଁ ବିପଦ ସାଜି ଆସୁଥିବା ରଚିନ ରବୀନ୍ଦ୍ରଙ୍କୁ ଆଉଟ୍ କରି କୁଲଦୀପ ଯାଦବ ଭାରତକୁ ବହୁତ ବଡ ସଫଳତା ଦେଇଥିଲେ । ରଚିନ ୨୯ ବଲରୁ ୪ ଚୌକା ଓ ୧ ଛକା ସହ ୩୭ ରନ କରିଥିଲେ । ପୁଣି କେନ ୱିଲିୟମସନ(୧୧) କୁଲଦୀପଙ୍କ ଶିକାର ହୋଇଥିଲେ । ଟମ୍ ଲାଥମ(୧୪) ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ । ୧୦୮ ରନରେ ୪ ୱିକେଟ୍ ହରାଇ ନ୍ୟୁଜିଲାଣ୍ଡ ମୁସ୍କିଲ ସ୍ଥିତିରେ ଥିଲା ।
ଏହା ପରେ ଡାରିଲେ ମିଚେଲ୍ ଓ ଗ୍ଲେନ ଫିଲିପ୍ସ ଇନିଂସ ସମ୍ଭାଳିଥିଲେ । ଦୁହେଁ ସତର୍କତାର ସହ ବ୍ୟାଟିଂ କରି ପଞ୍ଚମ ୱିକେଟ୍ ପାଇଁ ୫୭ ରନ ଯୋଡିଥିଲେ । ୧୬୫ ରନ ସ୍କୋରରେ ଫିଲିପ୍ସ ୩୪ ରନ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ଡାରିଲ ମିଚେଲ୍ କ୍ରିଜରେ ଜମି ଇନିଂସ ସମ୍ଭାଳିବା ସହ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ବହୁତ ଧିମା ବ୍ୟାଟିଂ କରିଥିଲେ ।
ଡାରିଲ ମିଚେଲ୍ ଓ ମିଚେଲ୍ ବ୍ରେସୱେଲ ଷଷ୍ଠ ୱିକେଟ୍ରେ ୪୬ ରନ ଯୋଡି ଦଳର ସ୍କୋରକୁ ୨୧୧ ରନରେ ପହଞ୍ଚାଇଥିଲେ । ମିଚେଲ୍ ୧୦୧ ବଲରୁ ୩ ଚୌକା ସହ ୬୩ ରନ କରି ଆଉଟ୍ ହୋଇଥିଲେ । ଶେଷ ଆଡକୁ ବ୍ରେସୱେଲ ୫୩ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିବାରୁ କରିବାକୁ ନ୍ୟୁଜିଲାଣ୍ଡ ୩୪୦ ରନ କରି ପାରିଛି । ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ ୧୦ ଓଭରରେ ୪୦ ରନ ଦେଇ ୨ଟି ଓ ବରୁଣ ଚକ୍ରବର୍ତ୍ତୀ ୧୦ ଓଭରରେ ୪୫ ରନ ଦେଇ ୨ଟି ୱିକେଟ୍ ଅକ୍ତିକାର କରିଛନ୍ତି । ଜାଡେଜା ୩୦ ରନ ଦେଇ ଗୋଟିଏ ଓ ମହମ୍ମଦ ଶାମି ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।