୧୯ତମ ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ। ୪୧ ବର୍ଷ ପରେ ପ୍ରଥମଥର ପାଇଁ ଭାରତକୁ ଅଶ୍ୱ ଚାଳନାରେ ମିଳିଛି ସ୍ୱର୍ଣ୍ଣ । ତୃତୀୟ ଦିନରେ ଭାରତ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛି । ଭାରତର ଘୋଡା ଚାଳନା ଦଳ ୪୧ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛି । ଭାରତୀୟ ଅଶ୍ୱିନୀ ସୁଦୀପ୍ତି ହାଜେଲା, ଦିବ୍ୟାକର୍ତ୍ତୀ ସିଂ, ଅନୁଷ୍ ଅଗ୍ରୱାଲ ଓ ହୃଦୟ ଛେଡା ଚମତ୍କାର ପ୍ରଦର୍ଶନ କରି ଦଳ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି । ୧୯୮୨ ଠାରୁ ଏଯାଏ ଆଜିଯାଏଁ ଭାରତ କେବେ ହେଲେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନଥିଲା।
ତୃତୀୟ ଦିନରେ ଭାରତ ତୃତୀୟ ସ୍ୱର୍ଣ୍ଣ ପଦକ ପାଇଛି । ଏହାପୂର୍ବରୁ ମହିଳା କ୍ରିକେଟ୍ ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା । ଅନ୍ତିମ ମ୍ୟାଚରେ ଭାରତୀୟ ମହିଳା ଦଳ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରିଛି । ଏହାପୂର୍ବରୁ ସୁଟିଂରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା । ବର୍ତ୍ତମାନ ଟିମ୍ ଇଣ୍ଡିଆରେ ମୋଟ ୧୪ ଟି ପଦକ ରହିଛି । ଭାରତରେ ୩ଟି ସ୍ୱର୍ଣ୍ଣ, ୪ଟି ରେ ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ରହିଛି । ମଙ୍ଗଳବାର ଦିନ ଜାହାଜରେ ଟିମ୍ ଇଣ୍ଡିଆ ୨ଟି ବ୍ରୋଞ୍ଜ ପଦକ ପାଇଛି ।
ସୂଚନାଯୋଗ୍ୟ ଯେ ଘୋଡା ଚାଳନା ଡ୍ରେସେଜ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପାଇଛି । ଯେଉଁଠାରେ ଚୀନ୍ ଦଳ ଦ୍ୱିତୀୟ ସ୍ଥାନରେ ରହିଥିଲା । ଚୀନ୍ ମୋଟ ୨୦୪.୮୮୨ ପଏଣ୍ଟ ପାଇଛି । ହଂକଂ ୨୦୪.୮୫୨ ପଏଣ୍ଟ ପାଇଛି । ଏହି ଦଳ ତୃତୀୟ ସ୍ଥାନରେ ରହିଛି । ସେହିଭଳି ଚାଇନିଜ୍-ତାଇପେଇ ଦଳ ଚତୁର୍ଥ ଓ ୟୁଏଇର ଦଳ ପଞ୍ଚମ ସ୍ଥାନରେ ରହିଛି ।
ଅଧିକ ପଢନ୍ତୁ:- ଏସୀୟ ଗେମ୍ସରେ ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ ପଦକ