ହାଇଦ୍ରାବାଦ: ସଞ୍ଜୁ ସାମସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ହାଇଦ୍ରାବାଦରେ ଖେଳା ଯାଉଥିବା ତୃତୀୟ ଟି-୨୦ରେ ୬ ୱିକେଟ୍ ହରାଇ ୨୯୭ ରନ କରିଛି । ଏହା ଟି-୨୦ ଇତିହାସରେ କୌଣସି ଦଳ ଦ୍ୱାରା ଦ୍ୱିତୀୟ ସର୍ବୋଚ୍ଚ ସ୍କୋର । ଏହା ପୂର୍ବରୁ ଭାରତ ନାଁରେ ୨୬୦ ରନ ସ୍କୋର ଥିଲା । ୨୦୧୭ରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଏହି ରନ କରିଥିଲା । ତେବେ ଟି-୨୦ ଅନ୍ତର୍ଜାତୀୟ ସର୍ବାଧିକ ସ୍କୋର କରିବାର ରେକର୍ଡ ନେପାଳ ନାମରେ ରହିଛି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ବ୍ୟାଟର ଏମିତି ବ୍ୟାଟିଂ କରିବେ କ୍ରିକେଟ୍ ପ୍ରେମୀ ଆଶା କରି ନ ଥିଲେ । ଓପନର ସଞ୍ଜୁ ସାମସନ ୪୦ ବଲରେ ଶତକ ହାସଲ କରିବା ସହିତ ମୋଟ୍ ୪୭ ବଲରୁ ୧୧ ଚୌକା ଓ ୮ ଛକା ସହ ୧୧୧ ରନ କରିଛନ୍ତି । ତାଙ୍କ ପରେ ଅଧିନାୟକ ସୂର୍ଯ୍ୟକୁମାର ନିଜର ଖ୍ୟାତି ଅନୁସାରେ ୩୫ ବଲରୁ ୮ ଚୌକା ଓ ୫ ଛକା ବଳରେ ୭୫ ରନର ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ଭଲ ଫିନିସ କରିଥିଲେ ରିୟାନ ପରାଗ ଓ ହାର୍ଦ୍ଦିକ ପାଣ୍ଡ୍ୟା । ରିୟାନ ମାତ୍ର ୧୩ ବଲରୁ ୩୪ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲରୁ ୪୭ ରନର ବିସ୍ଫୋରକ ବ୍ୟାଟିଂ କରିଥିଲେ । ଫଳରେ ଭାରତ ୨୯୭ ରନ କରି ଟି-୨୦ରେ ଅନେକ ରେକର୍ଡ ନିଜ ନାମରେ କରିଛି ।
ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ସ୍କୋର
୩୧୪/୩- ନେପାଳ ବନାମ ମଙ୍ଗୋଲିଆ, ହାଙ୍ଗଝୌ, ୨୦୨୩
୨୯୭/୬- ଭାରତ ବନାମ ବାଂଲାଦେଶ, ହାଇଦ୍ରାବାଦ, ୨୦୨୪
୨୭୮/୩- ଆଫଗାନିସ୍ତାନ ବନାମ ଆୟରଲାଣ୍ଡ, ଡେରାଡୁନ, ୨୦୧୯
୨୭୮/୪- ଚେକ ଗଣରାଜ୍ୟ ବନାମ ତୁର୍କୀ, ଇଲଫୋବ କାଉଣ୍ଟି, ୨୦୧୯
୨୬୮/୪- ମାଲେସିଆ ବନାମ ଥାଇଲାଣ୍ଡ, ହାଙ୍ଗଝୌ, ୨୦୨୩
୨୬୭/୩- ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ, ତାରୋବା, ୨୦୨୩