ମୁୁମ୍ବାଇ: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ଭାରତ ୨୬୦ ରନ କରିଛି । ଫଳରେ ଦଳ ଭ୍ରମଣକାରୀ ନ୍ୟୁଜିଲାଣ୍ଡଠୁ ୨୮ ରନରେ ଅଗ୍ରଣୀ ହାସଲ କରିଛି । ପ୍ରଥମ ଦିନରେ ୪ ୱିକେଟ୍ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ଭାରତ ଆଜି ଶୁଭମନ ଗିଲଙ୍କ ୯୦ ରନ, ଋଷଭ ପନ୍ତଙ୍କ ୬୦ ରନ ଓ ୱାଶିଂଟନ ସୁନ୍ଦର ୩୭ ରନର ଉପଯୋଗୀ ଇନିଂସ ବଳରେ ଏହି ସ୍କୋର କରି ପାରିଛି । ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୩୫ ରନ କରିଥିଲା ।
ପ୍ରଥମ ଦିନର ଅସମାପ୍ତ ଖେଳ ୮୬/୪ରୁ ଆଜି ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । କ୍ରିଜରେ ଥିଲେ ଶୁଭମନ ଗିଲ୍ ଓ ଋଷଭ ପନ୍ତ । ଦୁଇ ବ୍ୟାଟର ପ୍ରଥମ ସେସନରେ ଦମଦାର ବ୍ୟାଟିଂ କରି ଭାରତର ସ୍ଥିତି ସୁଧାରିଥିଲେ । ଏହି କ୍ରମରେ ଉଭୟ ଅର୍ଦ୍ଧଶତକ ହାସଲ କରି ପଞ୍ଚମ ୱୁିକେଟ୍ ପାଇଁ ୯୬ ରନ ଯୋଡିଥିଲେ । ଦ୍ରୁତ ବ୍ୟାଟିଂ କରୁଥିବା ଋଷଭ ପନ୍ତ ୫୯ ବଲରୁ ୮ ଚୌକା ଓ ୨ ଛକା ସହ ୬୦ ରନ କରି ଆଉଟ୍ ହୋଇଥିଲେ । ୧୮୦ ରନ ସ୍କୋରରେ ଭାରତ ପଞ୍ଚମ ୱିକେଟ୍ ହରାଇଥିଲା ।
ଏହା ପରେ ଭାରତ ପୁଣି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ରବୀନ୍ଦ୍ର ଜାଡେଜା ୧୪ ରନ କରି ପାଭିଲିୟନ ଫେରିଥିବା ବେଳେ ସରଫରାଜ ଖାନ ଖାତା ଖୋଲି ପାରି ନ ଥିଲେ । ଶତକ ଆଡକୁ ଅଗ୍ରସର ଶୁଭମନ ଗିଲ ୯୦ ରନ କରି ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ପାଭିିଲିୟନ ଫେରିଥିଲେ । ଶେଷ ଆଡକୁ ୱାଶିଂଟନ ସୁନ୍ଦର ଦ୍ରୁତ ୩୮ ରନ କରିବାରୁ ଭାରତ ୨୬୩ ରନ କରିବା ସହିତ ୨୮ ରନର ଅଗ୍ରଣୀ ହାସଲ କରି ପାରିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ୍ ୧୦୩ ରନ କରି ୫ ୱିକେଟ ଅକ୍ତିକାର କରିଛନ୍ତି ।