ପ୍ୟାରିସ୍: ଭାରତକୁ ଆଜି ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରୁ ୨ଟି ପଦକ ମିଳିପାରେ। ପ୍ୟାରିସ୍ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତିଥିବା ମନୁ ଭାକର ଏବେ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳରେ କାଂସ୍ୟ ପଦକ ଜିତିପାରନ୍ତି। ଶୁଟିଂରେ ମଧ୍ୟ ଦ୍ୱିତୀୟ ପଦକ ପାଇପାରିବେ ବୋଲି କୋଟି କୋଟି ଭାରତୀୟ ଆଶା ରଖିଛନ୍ତି। ସେହିପରି ଶୁଟିଂର ପୁରୁଷ ଟ୍ରାପ୍ ଫାଇନାଲରେ ପ୍ରବେଶ କରିପାରନ୍ତି ପୃଥ୍ୱୀରାଜ ଟଣ୍ଡନ। ଯଦି ସେ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରନ୍ତି, ତେବେ ସେ ପଦକ ଜିତିପାରିନ୍ତି।
ମନୁ ଭାକରଙ୍କ ବ୍ୟତୀତ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳରେ ସରବଜୋତ ସିଂହ ଉପସ୍ଥିତ ରହିବେ। ଅପରାହ୍ନ ୧ଟାରୁ ଉଭୟଙ୍କ ଏହି ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା ୭ଟାରେ ପୁରୁଷ ଟ୍ରାପ୍ ଫାଇନାଲ୍ ଖେଳାଯିବ। ଏହାବ୍ୟତୀତ ଭାରତୀୟ ଆଥଲେଟମାନେ ବିଭିନ୍ନ କ୍ରୀଡ଼ା ପାଇଁ ପଡ଼ିଆକୁ ଓହ୍ଲାଇବେ।
ସୂଚନାଯୋଗ୍ୟ, ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ପଦକ ମିଳିଛି। ଆଜି ଭାରତୀୟ ଖେଳାଳିମାନେ ନିଶ୍ଚିତ ଭାବେ ପଦକ ସଂଖ୍ୟା ବଢ଼ାଇବାକୁ ଚାହିଁବେ। ଆସନ୍ତୁ ଜାଣିବା ଆଜି ପ୍ୟାରିସ ଅଲିମ୍ପିକ୍ସରେ ଭାରତର କ୍ରୀଡ଼ାସୂଚୀ କେମିତି ରହିବ ।
ଶୁଟିଂ:
ପୁରୁଷ ଯୋଗ୍ୟତାପର୍ଯ୍ୟାୟ ଦିନ-୨: ପୃଥ୍ବୀରାଜ ଟୋଣ୍ଡାମନ- ଅପରାହ୍ଣ ୧୨ଟା ୩୦ମିନିଟ୍
ମହିଳା ଟ୍ୟାପ୍ ଯୋଗ୍ୟତାପର୍ଯ୍ୟାୟ ପ୍ରଥମ ଦିନ: ଶ୍ରେୟସୀ ସିଂହ, ରାଜେଶ୍ବରୀ କୁମାରୀ- ଅପରାହ୍ଣ ୧୨ଟା ୩୦ ମିନିଟ୍
୧୦ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍ କାଂସ୍ୟ ପଦକ ମ୍ୟାଚ: ମନୁ ଭାକର/ସରବଜୋତ ସିଂହ ବନାମ ଓହ ୟେ ଜିନ/ବୋନହୋ ଲି (କୋରିଆ)- ଅପରାହ୍ଣ ୧ଟା
ହକି:
ପୁରୁଷ ପୁଲ-ବି: ଭାରତ ବନାମ ଆର୍ୟଲାଣ୍ଡ- ସନ୍ଧ୍ୟା ୪ଟା ୪୫ ମିନିଟରୁ
ରୋଇଂ:
ପୁରୁଷ ଏକକ ସ୍କଲ୍ସ କ୍ବାର୍ଟର ଫାଇନାଲ: ବଲରାଜ ପାୱାର- ଅପରାହ୍ଣ ୨ଟା ୧୦
ତୀରନ୍ଦାଜୀ:
ମହିଳା ଏକକ ରାଉଣ୍ଡ ଅଫ ୬୪: ଅଙ୍କିତା ଭକତ ବନାମ ୱାୟଲେଟା ମେସଜୋର- ୫ଟା ୧୪ ମିନିଟ୍
ମହିଳା ଏଏକ ରାଉଣ୍ଡ ଅଫ୍ ୬୪: ଭଜନ କୌର ବନାମ ସାଇଫା ନୁରାଫିଫା କମାଲ- ସନ୍ଧ୍ୟା ୫ଟା ୨୭ ମିନିଟ୍
ପୁରୁଷ ଏକକ ରାଉଣ୍ଡ ଅଫ୍ ୬୪: ଧୀରଜ ବୋମ୍ମାଦେୱରା ବନାମ ଆଦମ ଲୀ- ରାତି ୧୦ଟା ୪୬ ମିନିଟ୍
ବ୍ୟାଡମିଣ୍ଟନ:
ପୁରୁଷ ଏକକ ଗ୍ରୁପ-ସି: ସ୍ବାତିକସାଇରାଜ ରଂକରେଡ୍ଡୀ/ଚିରାଗ ଶେଟ୍ଟୀ ବନମା ଫଜର ଅଲ୍ପିୟାନ/ମହମ୍ମଦ ରିୟାନ ଆର୍ଦିୟାନ୍ତୋ- ସନ୍ଧ୍ୟା ୫ଟା ୩୦ ମିନିଟ୍
ମହିଳା ଏକକ ଗ୍ରୁପ୍ ସି: ତନିଷା କ୍ରାଷ୍ଟୋ/ଅଶ୍ବିନୀ ପୋନପ୍ପା ବନାମ ସେତ୍ୟାନା ମାପାସା/ଏଞ୍ଜେଲା ୟୁ- ସନ୍ଧ୍ୟା ୬ଟା ୨୦
ବକ୍ସିଂ:
ପୁରୁଷ ୫୧କିଲୋ ରାଉଣ୍ଡ ଅଫ୍ ୧୬: ଅମିତ ପଂଘଲ ବନାମ ପ୍ୟାଟ୍ରିକ ଚିୟେମ୍ବା-ସନ୍ଧ୍ୟା ୭ଟା ୧୬ରୁ
ମହିଳା ୫୭ କିଲୋ ରାଉଣ୍ଡ ଅଫ୍ ୩୨: ଜୈସ୍ମିନ ଲେମ୍ବୋରିୟା ବନାମ ନେଷ୍ଟୀ ପେଟେସିୟୋ-ରାତି ୯ଟା ୨୪ ମିନିଟ୍
ମହିଳା ୫୪କିଲୋ ରାଉଣ୍ଡ ଅଫ୍ ୧୬: ପ୍ରୀତି ପାୱାର ବନାମ ୟେନି ଏରିୟସ- ରାତି ୧ଟା ୨୨ (ଜୁଲାଇ ୩୧ ବୁଧବାର)