୨୦୨୩ ୱାର୍ଲ୍ଡକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ବିସିସିଆଇର ମୁଖ୍ୟ ଚୟନକର୍ତା ଅଜିତ ଅଗରକର ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି। ଆହତ ଥିବା କେ.ଏଲ ରାହୁଲଙ୍କୁ ପୁଣି ଭାରତୀୟ ଦଳରେ ସ୍ଥାନ ମିଳିଛି। ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମି ଦଳକୁ ଫେରିଛନ୍ତି। ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟୀତ୍ବ ମିଳିଥିଵା ଵେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି।
ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଶନ, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦଵ, ରବୀନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ମହମ୍ମହ ସାମି, ଅକ୍ଷର ପଟେଲ, ମହମ୍ମଦ ସିରାଜ, କୁଲଦୀପ ଯାଦଵଙ୍କୁ ଦଳରେ ସ୍ଥାନ ମିଳିଛି। ଅସୁସ୍ଥତା କାରଣରୁ ଏସିଆ କପରୁ ଵାଦ ପଡିଥିଵା ଯଶପ୍ରିତ ଵୁମରାଙ୍କୁ ଦଳରେ ଆଉ ଏକ ସୁଯୋଗ ମିଳିଛି। ଅକ୍ଟୋଵର ୫ ତାରିଖରୁ ୱାର୍ଲ୍ଡକପ ପ୍ରତିଯୋଗିତା ଆରମ୍ଭ ହେଵାକୁ ଯାଉଥିଵା ଵେଳେ ଅକ୍ଟୋଵର ୧୪ ତାରିଖରେ ଭାରତୀୟ ଦଳ ପାକିସ୍ତାନ ଵିପକ୍ଷରେ ସଵୁଠାରୁ ଗୁରୁତ୍ଵପୁର୍ଣ୍ଣ ମ୍ୟାଚ ଅହମ୍ମଦାଵାଦରେ ଖେଳିବ। ତେବେ ଏହି ଅବସରରେ ଅଜିତ ଅଗରକର କହିଛନ୍ତି, ୧୫ ଜଣିଆ ଟିମ ଘୋଷଣାରେ ବହୁ ଖେଳାଳିଙ୍କୁ ନିଆଯାଇପାରି ନାହିଁ।