ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଛି। ଋଷଭ ପନ୍ତ ଉପ-ଅଧିନାୟକ ଭାବରେ ଦଳକୁ ଫେରିଛନ୍ତି। ଏହି ସିରିଜ ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଚକ୍ରରେ ଭାରତର ତୃତୀୟ ଟେଷ୍ଟ ସିରିଜ୍ ହେବ। ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଘୋଷିତ ଦଳରେ ମହମ୍ମଦ ଶାମିଙ୍କୁ ନିରାଶ ହେବାକୁ ପଡ଼ିଛି। ଏହି ଖେଳାଳିଙ୍କୁ ଚୟନକର୍ତ୍ତା ପୁଣି ଥରେ ଅଣଦେଖା କରିଛନ୍ତି।
ବିସିସିଆଇ ବୁଧବାର ଏକ ପ୍ରେସ୍ ବିଜ୍ଞପ୍ତିରେ ଦଳ ଘୋଷଣା କରିଛି। ଜାତୀୟ ଦଳ ସହିତ, ବୋର୍ଡ ଦକ୍ଷିଣ ଆଫ୍ରିକା 'ଏ' ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ଭାରତ 'ଏ' ଦଳ ମଧ୍ୟ ଘୋଷଣା କରିଛି। ତିଲକ ବର୍ମାଙ୍କୁ ଏହାର ଅଧିନାୟକ ନିଯୁକ୍ତ କରାଯାଇଛି।
ରିଷଭ ପନ୍ତଙ୍କ ସହିତ ଦଳକୁ ଫେରିଲେ ଏହି ଖେଳାଳି
ପନ୍ତଙ୍କୁ ଇଂଲଣ୍ଡ ଗସ୍ତର ଚତୁର୍ଥ ଟେଷ୍ଟରେ ଆଘାତ ଲାଗିଥିଲା। ତାଙ୍କ ପାଦର ଆଙ୍ଗୁଠି ଭାଙ୍ଗି ଯାଇଥିଲା। ପରବର୍ତ୍ତୀ ସମୟରେ ଏସିଆ କପ୍, ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ଏବଂ ଅଷ୍ଟ୍ରେଲିଆ ଗସ୍ତରୁ ବଞ୍ଚିତ ହୋଇଥିଲେ ପନ୍ତ। ୧୦୦ ଦିନରୁ ଅଧିକ ସମୟ ପରେ ଦଳକୁ ଫେରିଛନ୍ତି ପନ୍ତ। ଆକାଶ ଦୀପ ମଧ୍ୟ ଦଳକୁ ଫେରିଛନ୍ତି। ପନ୍ତଙ୍କ ସାମିଲ ହେବା ଦ୍ୱାରା ଏନ. ଜଗଦୀସନଙ୍କୁ ଦଳରୁ ବାଦ୍ ଦିଆଯାଇଛି।
ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣଙ୍କ ବଦଳରେ ଆକାଶ ଦୀପଙ୍କ ସ୍ଥାନ ଦିଆଯାଇଛି। ପୁଣି ଥରେ ମହମ୍ମଦ ଶାମିଙ୍କୁ ନିରାଶ ହେବାକୁ ପଡ଼ିଛି। ଚଳିତ ରଣଜୀ ସିଜିନର ପ୍ରଥମ ଦୁଇଟି ମ୍ୟାଚରେ ୧୫ ଓ୍ଵିକେଟ୍ ନେଇଥିଲେ ହେଁ ଶାମିଙ୍କ ପ୍ରତି ଅଣଦେଖା କରିଛନ୍ତି ଚୟନକର୍ତ୍ତା।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଟେଷ୍ଟ ଦଳ
ଶୁଭମନ ଗିଲ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍ କିପର, ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକଲ, ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଯଶପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ।
Also read: ବିଶ୍ଵ ବିଜେତା ଦଳକୁ ଭେଟିଲେ ପିଏମ ମୋଦୀ, ଖାସ୍ ଉପହାର ଦେଲା ଟିମ୍ ଇଣ୍ଡିଆ