ହକି ବିଶ୍ବକପ୍ ଆଗକୁ ବଢ଼ିବା ସହ ବଢ଼ିବାରେ ଲାଗିଛି ଉତ୍କଣ୍ଠା । ସେପଟେ ଏଫ୍ଆଇଏଚ୍ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ରେ ଆଜିଠୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ୍ । 4ଟି ଟିମ୍ କ୍ୱାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କ୍ରସ ଓଭରରୁ ଅବଶିଷ୍ଟ ୪ଟି ଦଳ କ୍ୱାର୍ଟରକୁ ଉନ୍ନୀତ ହେବେ । ଆଜି ଦୁଇଟି ମ୍ୟାଚ ହେବାକୁ ଥିବା ବେଳେ ସମସ୍ତଙ୍କ ନଜର କଳିଙ୍ଗ ଷ୍ଟାଡିୟମର ସନ୍ଧ୍ୟା 7ଟା ମ୍ୟାଚ୍ ଉପରେ । କାରଣ ଏହି ମ୍ୟାଚରେ ନ୍ୟୁଜଲାଣ୍ଡକୁ ଟକ୍କର ଦେବ ଟିମ୍ ଇଣ୍ଡିଆ । ତେବେ ଆଜି ଭାରତ ପାଇଁ କର ବା ମର ମ୍ୟାଚ । ପୁଲ-ଡିରେ ଦ୍ୱୀତୀୟ ସ୍ଥାନରେ ରହି କ୍ରସ ଓଭର ଖେଳିବାକୁ ଯାଉଛି ଭାରତ । ଆଜିର ମ୍ୟାଚରେ ବିଜୟୀ ହୋଇ ମେନ୍ ଇନ୍ ବ୍ଲ୍ୟୁ କ୍ୱାର୍ଟର ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି ଭାରତ। ଗତ ବିଶ୍ୱକପରେ ଭାରତକ କ୍ୱାର୍ଟର ଫାଇନାଲରୁ ପରାଜିତ ହୋଇଥିଲା । ତେଣୁ ଏଥର ମ୍ୟାଚ ଜିତି କ୍ୱାର୍ଟରକୁ ଯିବାକୁ ଲକ୍ଷରେ ଖେଳିବ ଟିମ୍ ଇଣ୍ଡିଆ । ସେପଟେ ମ୍ୟାଚ ଜିତିଲେ 40 ବର୍ଷ ପରେ କ୍ୱାଟରକୁ ଯିବ ନ୍ୟୁଜିଲ୍ୟାଣ୍ଡ । ଦୁଇ ଦଳ ମଧ୍ୟରୁ ଭାରତର ପଲା ଭାରୀ ରହିଛି । ଗତବର୍ଷ ପ୍ରୋ ଲିଗରେ ନ୍ୟୁଜିଲାଣ୍ଡକୁ ଦୁଇ ଥର ହାରାଇଥିଲା ଭାରତ । ତେବେ ଆଜି କଳିଙ୍ଗ ଷ୍ଟାଡିୟମରେ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମଳିବ। ସନ୍ଧ୍ୟା 7ଟାରେ ମ୍ୟାଚ ଆରମ୍ଭ ହେବ । ଏହା ପୂର୍ବରୁ ଅପରାହ୍ଣ 4.30 ମିନିଟରେ ମାଲେସିଆ ଏବଂ ସ୍ପେନ ମଧ୍ୟରେ ମ୍ୟାଚ କ୍ରସ ଓଭର ମ୍ୟାଚ ଖେଳାଯିବ