ଖବର ଓଡିଶା : 29/01/2023
ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ । ସନ୍ଧ୍ୟା ୭ଟାରେ ଲକ୍ଷ୍ନୌରେ ଖେଳାଯିବ ମ୍ୟାଚ୍ । ପ୍ରଥମ ଟି-୨୦ରେ ଭାରତ ପରାସ୍ତ ହେବା ପରେ ଆଜି କର ବା ମର ପରିସ୍ଥିତି | ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ୨୧ ରନ ପରାସ୍ତ ହୋଇଥିଲା। ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୦-୧ରେ ପଛରେ ପଡ଼ିଛି। ତେଣୁ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚ୍ ଜିତି ଭାରତ ସିରିଜ ବଞ୍ଚାଇବାକୁ ଉଦ୍ୟମ କରିବେ। ଆଜି ଲକ୍ଷ୍ନୌରେ ଖେଳାଯିବାକୁ ଥିବା ମ୍ୟାଚରେ ଟିମରେ ଜଣେ ଅବା ଦୁଇ ଜଣ ନୂଆ ଖେଳାଳୀଙ୍କୁ ସୁଯୋଗ ଦିଆଯାଇପାରେ ବୋଲି କୁହାଯାଉଛି । ସେପଟେ ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଚେଷ୍ଟା କରିବ । ଏହି ମ୍ୟାଚ୍ ଜିତି ସିରିଜ ବିଜୟୀ ହେବା ସହ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ପରାଜୟ ତଥା ହ୍ୱାଇଟ୍ୱାସ୍ର ପ୍ରତିଶୋଧ ନେବାକୁ ପ୍ରୟାସ କରିବ। ସ୍ଥାନୀୟ ଏକ୍ନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି।