ସଚିନ କେବେ ବି 200 ମାରି ପାରି ନଥାନ୍ତେ, ମୁଁ ତାଙ୍କୁ 200 ପୂର୍ବରୁ ଆଉଟ କରିଦେଇଥିଲି, ହେଲେ ଅମ୍ଫାୟର ଡରିକି ଆଉଟ ଦେଇ ନଥିଲେ
Khabar Odisha:If-Sachin-had-never-hit-200-I-would-have-LBW-him-200-before
ନୂଆଦିଲ୍ଲୀ, ମେ ୧୭ (ଖବର ଓଡ଼ିଶା):

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟର ଭଗବାନ ତାଙ୍କ ଖେଳ ଜୀବନରେ ସର୍ବଦା କିଛି ନା କିଛି ନୂଆ ରେକର୍ଡ ସୃଷ୍ଟି କରିବା ସହିତ ଅନେକ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ଯାହା ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇପାରିଛି, ଆମେ ଏଠାରେ ଆପଣଙ୍କୁ ସଚିନଙ୍କ ଦ୍ୱାରା ହୋଇଥିବା ଦିନିକିଆ କ୍ରିକେଟର ପ୍ରଥମ ଦ୍ୱିଶତକ କଥା କହୁଛୁ | 2010 ରେ, ସଚିନ ଗ୍ୱାଲିଅରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚରେ ଏହି ଦ୍ୱିଶତକ ହାସଲ କରିଥିଲେ।

ହେଲେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ ଦାବି କରିଛନ୍ତି ଯେ ସେ 200 ରନ କରିବା ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ଆଉଟ କରିଦେଇଥିଲେ, କିନ୍ତୁ ଅମ୍ପାୟାର ଡରିକି ସଚିନଙ୍କୁ ଆଉଟ ଦେଇନଥିଲେ।

କ୍ରିକେଟ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଷ୍ଟେନ୍ ଦାବି କରି କହିଛନ୍ତି ଯେ ସେ ସଚିନଙ୍କୁ 190 ରନରେ ଆଉଟ କରିଦେଇଥିଲେ, କିନ୍ତୁ ସେହି ସମୟରେ ଅମ୍ପାୟାରିଙ୍ଗ କରୁଥିବା ଅମ୍ଫାୟାର ଇଆନ୍ ଗୁଲ୍ଡ ତାଙ୍କ ସପକ୍ଷରେ ଏହି ନିଷ୍ପତ୍ତି ଦେଇ ନଥିଲେ ।

ସଚିନଙ୍କୁ ଆଉଟ ଦେବା ନେଇ ଅମ୍ପାୟର ଡରିଯାଇଥିବା ନେଇ ଷ୍ଟେନ ସ୍କାଏ ସ୍ପୋର୍ଟସ ଦ୍ୱାରା ଆୟୋଜିତ ଏକ ଚାର୍ଟ ଶୋ ରେ ଯୋଗଦେବା ଅବସରରେ ପ୍ରକାଶ କରିଛନ୍ତି । ଷ୍ଟେନଙ୍କ ସହ ଏହି ଚାଟ ଶୋ ରେ ଆଉ ଜଣେ ମହାନ ଦ୍ରୁତ ବୋଲର ଇଂଲଣ୍ଡର ଜେମ୍ସ ଆଣ୍ଡରସନ ମଧ୍ୟ ଉପସ୍ଥିତ ଥିଲେ, ଯେଉଁଠାରେ ଉଭୟ ନିଜ କ୍ୟାରିୟର ବିଷୟରେ ଆଲୋଚନା କରିଥିଲେ ।

ଏହି ସମୟରେ, ଗ୍ୱାଲିଅର୍ ଦିନିକିଆ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଷ୍ଟେନ୍ କହିଛନ୍ତି, 'ତେନ୍ଦୁଲକର ଗ୍ୱାଲିଅରରେ ଆମ ବିପକ୍ଷରେ ଦିନିକିଆ କ୍ରିକେଟ୍ ରେ ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। ମୋର ମନେ ଅଛି ଯେ ସେ 190 ରନରେ ଖେଳୁଥିବାବେଳେ ମୁଁ ତାଙ୍କୁ LBW ଆଉଟ କରିଦେଇଥିଲି ହେଲେ ସେହି ସମୟରେ ଇଆନ୍ ଗୁଲ୍ଡ ଅମ୍ପାୟାର ଥିଲେ ଏବଂ ସେ ଏହାକୁ ଆଉଟ ଦେଇ ନଥିଲେ।

ଷ୍ଟେନ୍ ଗୁଲ୍ଡଙ୍କ ସହ ହୋଇଥିବା ବାର୍ତ୍ତାଳାପକୁ ମନେ ପକାଇ କହିଥଲେ, 'ମୁଁ ତାଙ୍କୁ ପଚାରିଥିଲି ତୁମେ କାହିଁକି ଆଉଟ ଦେଲ ନାହିଁ ? ସେ ସିଧା ସିଧା ଆଉଟ ଥିଲେ । ହେଲେ ଗୁଲ୍ଡ ତାଙ୍କ ପାଖକୁ ଆସି କହିଥିଲେ ଦେଖ ବନ୍ଧୁ- ତୁମ ଚାରିପାଖକୁ ଦେଖ | ଯଦି ମୁଁ ଏଭଳି ସ୍ଥିତିରେ ତାଙ୍କୁ ଆଉଟ ଦେଇଦେବି, ତେବେ ଖେଳ ପରେ ମୁଁ ମୋର ହୋଟେଲକୁ ଫେରି ପାରିବି ନାହିଁ |ସଚିନ୍ ଏଭଳି ଜଣେ ଖେଳାଳି ଯାହାକୁ ତମେ କେବେ ବି ଖରାପ ବୋଲିଂ କରିପାରିବ ନାହିଁ |

ସଚିନ ସେହି ମ୍ୟାଚରେ 200 ରନ୍ ସ୍କୋର କରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଆଉଟ ହୋଇନଥିଲେ। ସେହି ମ୍ୟାଚରେ ଭାରତ 401 ରନ୍ ସ୍କୋର କରି ଦକ୍ଷିଣ ଆଫ୍ରିକାକୁ ସହଜରେ ପରାସ୍ତ କରିଥିଲା। ସଚିନଙ୍କ ବିଷୟରେ କଥାବାର୍ତ୍ତା କରି ଷ୍ଟେନ୍ କହିଥିଲେ ଯେ ସେ ଏତେ ଉଜ୍ଜ୍ୱଳ ଥିଲେ ଯେ ଆପଣ ତାଙ୍କୁ ଗୋଟିଏ ଖରାପ ବଲ୍ ବୋଲିଂ କରିବାକୁ କେବେବି ଭାବି ପାରିବେନି, କାରଣ ସେ ଆପଣଙ୍କ ବଲକୁ ସହଜରେ ବାଉଣ୍ଡରି ବାହାରକୁ ପଠାଇ ଦେବେ |

  • Tags:

Subscribe

National International State Sports Entertainment