ଆଇପିଏଲ୍ ୨୦୨୪ର ୧୭ତମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେଉଥିବା ବେଳେ ଏହି ସିଜିନର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ମୁହାଁମୁହିଁ ହେବେ। ଗୁରୁବାର IPL ୨୦୨୪ ପାଇଁ ସମସ୍ତ ଟିମ ଅଧିନାୟକଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସମସ୍ତ ଟିମ କ୍ୟାପଟେନଙ୍କୁ ନେଇ ଏକ ଫଟୋ ସେଶନ କରାଯାଇଥିଲା। ଏହାପୂର୍ବରୁ ୧୦ଟି ଯାକ ପ୍ରାଞ୍ଚାଇଜ ନିଜର ପ୍ରସ୍ତୁତି ଶେଷ କରିଛନ୍ତି। ଶୁକ୍ରବାର ଠାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ଗୁରୁବାର ୧୦ଟି ଯାକ ଦଳକୁ ନେଇ କ୍ୟାପ୍ଟେନ୍ସ ମିଟ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସବୁ ଦଳର ଅଧିନାୟକ ଏକାଠି ହୋଇ ଆଇପିଏଲ ଟ୍ରଫି ସହ ଫଟୋ ଉଠାଇଥିଲେ।
ଚଳିତ ଥର ୫ ଥର ଚେନ୍ନାଇ ସୁପର କିଙ୍ଗସଙ୍କୁ ଚାମ୍ପିୟନ କରାଇଥିବା ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ହେବା ମନା କରିବାରୁ ରିତୁରାଜ ଗାଏକ୍ୱାଡଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ରିଷଭ ପନ୍ତ ଏବେ ସମ୍ପୂର୍ଣ୍ଣ ଫିଟ ହୋଇଥିବାରୁ ସେ ପୂନର୍ବାର ଏହି ଗୁରୁ ଦାୟିତ୍ୱ ତୁଲାଇବେ।
ଶୁକ୍ରବାର ମ୍ୟାଚ ପୂର୍ବରୁ ଏକ ରଙ୍ଗୀନ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅକ୍ଷୟ କୁମାର, ଟାଇଗର ଶ୍ରଫ ଏବଂ ଏ.ଆର୍ ରେହମାନ ନିଜର କଳା ପ୍ରଦର୍ଶନ କରିବେ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ପରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ମଧ୍ୟରେ ଭାରତୀୟ ସମୟ ରାତି ୮ଟାରୁ ମ୍ୟାଚ ଆରମ୍ଭ ହେବ। IPL ୨୦୨୪ ସମସ୍ତ ମ୍ୟାଚ୍କୁ ଜିଓ ସିନେମାରେ ସମସ୍ତ ଦର୍ଶକ ଲାଇଭ ଷ୍ଟ୍ରିମିଂ ଭାବେ ଦେଖିପାରିବେ। ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୨ଟି ଭାଷାରେ ଏହାକୁ ଦର୍ଶକ ମାଗଣାରେ ଉପଭୋଗ କରିପାରିବେ।
ଅଧିକ ପଢନ୍ତୁ: ଦୁର୍ଘଟଣା ରେ ଗଞ୍ଜେଇ ମାଫିଆ ମୃତ