ଆଇପିଏଲ ୨୦୨୧; ଆଇପିଏଲ ଇତିହାସରେ ତୃତୀୟ ଥର ପାଇଁ ସମ୍ପୂର୍ଣ୍ଣ ଆଇପିଏଲ ସିଜିନରୁ ବାଦ ପଡିଲେ ମିଚେଲ ମାର୍ସ
Khabar Odisha:IPL-2021-Mitchell-Mars-ruled-out-of-IPL-season-for-third-time-in-IPL-history
ନୂଆଦିଲ୍ଲୀ, ଏପ୍ରିଲ 1 (ଖବର ଓଡିଶା) :

ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ସ ଚଳିତ ବର୍ଷ ଆଇପିଏଲରୁ ଓହରିଯାଇଛନ୍ତି । ନିଜର ବ୍ୟକ୍ତିଗତ କାରଣରୁ ସେ ଆଇପିଏଲରୁ ଓହରି ଯାଇଥିବା ବେଳେ ତାଙ୍କ ସ୍ଥାନରେ ଇଂଲଣ୍ଡ ଓପନର ଜେସନ ରୟ ସନ ରାଇଜର୍ସ ଦଳରେ ସାମିଲ ହୋଇଛନ୍ତି । ତେବେ ଚଳିତ ବର୍ଷକୁ ମିଶାଇ ତୃତୀୟ ଥର ପାଇଁ ଆଇପିଏଲର ସମ୍ପୂର୍ଣ୍ଣ ସିଜିନରୁ ବାଦ ପଡିଛନ୍ତି ମିଚେଲ ମାର୍ସ । ପୂର୍ବରୁ ୨୦୧୭ ଏବଂ ୨୦୨୦ ଆଇପିଏଲ ସିଜିନରୁ ମଧ୍ୟ ଆହତ ସମସ୍ୟା ପାଇଁ ପଡିଥିଲେ ମିଚେଲ । ୨୦୧୭ ଆଇପିଏଲ ଅକ୍ସନରେ ରାଇଜିଙ୍ଗ ପୁଣେ ସୁପେଜେଣ୍ଟସ ଦଳରେ ସାମିଲ ହୋଇଥିଲେ ମିଚେଲ ମାର୍ସ । ସେହି ବର୍ଷ ପ୍ରଥମ ମ୍ୟାଚରେ ଆହତ ହୋଇ ସମ୍ପୂର୍ଣ୍ଣ ସିଜିନରୁ ବାଦ ପଡିଥିଲେ ମିଚେଲ ମାର୍ସ । ତାଙ୍କ ସ୍ଥାନରେ ଦଳ ଦକ୍ଷିଣ ଆଫ୍ରିକା ସ୍ପିନର ଇମ୍ରାନ ତାହିରଙ୍କୁ ଦଳରେ ସାମିଲ କରିଥିଲା । ସେହିପରି ଗତବର୍ଷ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆଇପିଏଲ ଖେଳୁଥିବା ମିଚେଲ ମାର୍ସ ଆରସିବି ବିପକ୍ଷ ମ୍ୟାଚରେ ଆହତ ହୋଇ ମଧ୍ୟ ସମ୍ପୂର୍ଣ୍ଣ ଆଇପିଏଲ ସିଜିନରୁ ବାଦ ପଡିଥିଲେ । ତାଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଜେସନ ହୋଲଡର ଦଳରେ ସାମିଲ ହୋଇଥିଲେ । ୨୦୧୦ ରେ ଆଇପିଏଲ ଡେବ୍ୟୁ କରିଥିବା ମିଚେଲ ମାର୍ସ ବର୍ତ୍ତମାନ ସୁଦ୍ଧା ୨୧ ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି ।

  • Tags:

Subscribe

National International State Sports Entertainment