ଆଇପିଏଲ ୨୦୨୧ ; ନିଲାମରେ ବଢୁଛି ବିଦେଶୀ ଫାଷ୍ଟ ବୋଲରଙ୍କ ପ୍ରାଇସ
Khabar Odisha:IPL-2021--price-of-foreign-fast-bowlers-is-on-rise-in-auction
ଚେନ୍ନାଇ, ଫେବୃଆରୀ ୨୩ (ଖବର ଓଡ଼ିଶା):

ଆଇପିଏଲ ୧୪ ନିମନ୍ତେ ନିଲାମ ପକ୍ରିୟା ଫେବୃଆରୀ ୧୮ ତାରିଖରେ ଚେନ୍ନାଇରେ ଅନୁଷ୍ଠିତ ହୋଇଯାଇଛି । ଏହି ନିଲାମରେ ବିଦେଶୀ ଫାଷ୍ଟ ବୋଲର ମାନେ ବେସ ପ୍ରାଇସ ଠାରୁ ଅଧିକ ଦାମରେ ବିକ୍ରି ହୋଇଥିବା ବେଳେ ବିଦେଶୀ ଓପନର ଏବଂ ୱିକେଟ ରକ୍ଷକ ବ୍ୟାଟସମାନ ମାନେ ବିକ୍ରି ହୋଇପାରି ନାହାନ୍ତି । ଅଷ୍ଟ୍ରେଲିଆ ଓପନର ଆରୋନ ଫିଂଚ, ଇଂଲଣ୍ଡ ଓପନର ଜେସନ ରୟ ଏବଂ ଆଲେକ୍ସ ହେଲସ ଏବଂ ନ୍ୟୁଜଲାଣ୍ଡ ଓପନର ମାର୍ଟିନ ଗପଟିଲ ଆଦି ଟି-୨୦ କ୍ରିକେଟର ଷ୍ଟାର ଓପନର ମାନଙ୍କୁ ଆଇପିଏଲର କୌଣସି ଫ୍ରାଂଚାଇଜ ଚଳିତ ବର୍ଷ ଆଇପିଏଲ ନିମନ୍ତେ କିଣି ନାହାନ୍ତି । ଆଇସିସି ଟି-୨୦ ର‌୍ୟାକିଙ୍ଗର ଏକ ନମ୍ବର ବ୍ୟାଟସମାନ ଡେଭିଡ ମଲାନ ମାତ୍ର ୧.୫ କୋଟିରେ ପଂଜାବ କିଙ୍ଗସ କିଣିଛି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଫାଷ୍ଟ ବୋଲର କ୍ରିସ ମୋରିସ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ଭାବେ ୧୬.୨୫ କୋଟିରେ ନିଲାମ ହୋଇଥିବା ବେଳେ ନ୍ୟୁଜଲାଣ୍ଡ ଅଲରାଉଣ୍ଡର କେଲ ଜେମିରସନ ୧୫ କୋଟି, ବିଗବାସ ଲିଗରେ ଭଲ ପ୍ରଦର୍ଶନ କରିଥିବା ଦୁଇ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ଝାଏ ରିଚାର୍ଡସନ ୧୪ କୋଟି ଏବଂ ରିଲେ ମେରେଡଥ ୮ କୋଟିରେ ନିଲାମ ହୋଇଛନ୍ତି । ଡିଫେଣ୍ଡିଙ୍ଗ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ନାଥାନ କଲଟର ନାଇଲଙ୍କୁ ୫ କୋଟି ଏବଂ ଆଡାମ ମିଲେନଙ୍କୁ ୩.୨ କୋଟି ଟଙ୍କାରେ କିଣିଛି । ଅଷ୍ଟ୍ରେଲିଆର ଯୁବ ବ୍ୟାଟସମାନ ମାର୍ନସ ଲାବୁସାନେଙ୍କୁ କୌଣସି ଦଳ ନକିଣିବା ଅନେକ କ୍ରିକେଟ ବିଶେଷଜ୍ଞଙ୍କୁ ଚକିତ କରିଛି ।

  • Tags:

Subscribe

National International State Sports Entertainment