ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟ ଖେଳିବେନି ଡ୍ବେନ ବ୍ରାଭୋ
Khabar Odisha:Dwayne-Bravo-will-not-play-in-tournament-due-to--injury
ଦୁବାଇ, ଅକ୍ଟୋବର ୨୧ (ଖବର ଓଡ଼ିଶା):

ଚେନ୍ନାଇ ସୁପର କିଙ୍ଗ୍ସ ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଟୁର୍ଣ୍ଣାମେଣ୍ଟରୁ ବାଦ ଦିଆଯାଇଛି । ଯାହାଦ୍ବାରା ପ୍ଲେ ଅଫରେ ସ୍ଥାନ ପାଇବା ପାଇଁ ଦଳର କ୍ଷମତାକୁ ଆହୁରି ଦୁର୍ବଳ କରିଦେଇଛି।

ବ୍ରାଭୋ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ନିଜ ସ୍ଥାନ ବଜାୟ ରଖିଥାନ୍ତି । ସେ ଅକ୍ଟୋବର 17ରେ ଶାରଜାହାରେ ଆଘାତ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ଫାଇନାଲ ଓଭରରେ ବୋଲିଂ କରିବାରେ ଅସମର୍ଥ ହୋଇଥିଲେ।

ତେଣୁ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ରବିନ୍ଦ୍ର ଜାଡେଜାଙ୍କୁ ବୋଲିଂ କରିବାକୁ ସୁଯୋଗ ଦେଇଥିଲେ, ଯେଉଁଥିରେ ଅକ୍ଷାର ପଟେଲ କ୍ରମାଗତ ତିନିଟି ଛକା ପାଇଁ ଦିଲ୍ଲୀକୁ ବିଜୟ ପ୍ରଦାନ କରିଥିଲେ।

ସୁପର କିଙ୍ଗ୍ସର ସିଇଓ କାଶୀ ବିଶ୍ୱନାଥନ୍ କହିଛନ୍ତି, ପେଟ ଓ ଜଙ୍ଘ ମଧ୍ୟରେ ଗଭୀର ଆଘାତ ଯୋଗୁଁ ଡ୍ୱେନ୍ ବ୍ରାଭୋଙ୍କୁ ଆଇପିଏଲରୁ ବିଶ୍ରାମ ଦିଆଯାଇଛି 

ବ୍ରାଭୋ ସୁପର କିଙ୍ଗ୍ସ ପାଇଁ ଛଅଟି ମ୍ୟାଚ୍ ଖେଳିଥିଲେ ଏବଂ ଦୁଇଟି ଇନିଂସରେ ମାତ୍ର ସାତ ରନ୍ ସ୍କୋର କରିଥିଲେ। କିନ୍ତୁ ସେ ଛଅଟି ୱିକେଟ୍ ନେଇ ଓଭର ପିଛା 8.57 ହାରରେ ରନ୍ ଯୋଡିଥିଲେ।

ସୁପର କିଙ୍ଗ୍ସ ଦଳ 10 ଟି ମ୍ୟାଚରୁ ସାତୋଟି ପରାଜୟ ସହିତ ପ୍ଲେ-ଅଫ୍ ଦୌଡରୁ ବାହାରେ ଏବଂ ବର୍ତ୍ତମାନ ପଏଣ୍ଟ ଟେବୁଲରେ ଅନ୍ତିମ ସ୍ଥିତିରେ ରହିଛି 

ଦଳ ଦୁଇଜଣ ଦକ୍ଷ ଖେଳାଳି ସୁରେଶ ରାଇନା ଏବଂ ହରଭଜନ ସିଂ ହରାଇ ଦୁର୍ବଳ ହୋଇପଡିଥିବାବେଳେ ବର୍ତ୍ତମାନ ବ୍ରାଭୋଙ୍କ ବିରତି ଆଉ ଏକ ଝଟକା ବୋଲି ଚର୍ଚ୍ଚା ଜୋର ଧରିଛି 

  • Tags:

Subscribe

National International State Sports Entertainment