୧୦୦ ମିଟର ଦୌଡ଼ରେ ନିରାଶ କଲେ ଦୂତୀ , ୨୦୦ ମିଟରକୁ ନେଇ ରହିଛି ପଦକ ଆଶା
Khabar Odisha:Dutee-Chand-fails-to-qualify-after-finishing-7th-In-Olympics-2020

ଭୁବନେଶ୍ୱର, ଜୁଲାଇ ୩୦ (ଖବର ଓଡ଼ିଶା): ଓଡ଼ିଶାର ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ନେଇ ଅନେକ ଆଶା ରହିଥିବା ବେଳେ ଆଜି ଟୋକିଓ ଟ୍ରାକ୍ ରୁ ନିରାଶ କରିଛନ୍ତି ଦୂତୀ ।

ଅଲମ୍ପିକ୍ସ ୨୦୨୦ରେ ଦୂତୀଙ୍କ ଉପରେ ପୁରା ଦେଶର ନଜର ରହିଥିବା ବେଳେ ୧୦୦ ମିଟର ଦୌଡ଼ ରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି ଦୂତୀ । 

ଆଜି ରେସ୍ ରେ ୧୧.୫୪ ସେକେଣ୍ଡ ସମୟ ନେଇ ଦୂତୀ ସପ୍ତମ ସ୍ଥାନରେ ରହିଥିବା ବେଳେ ଦୂତୀଙ୍କ ଆଗାମୀ ଇଭେଣ୍ଟ  ଉପରେ ଏବେ ଦେଶ ବାସୀଙ୍କ ନଜର ରହିଛି ।

ଦୂତୀ ପ୍ରଥମ ଭାରତୀୟ ଭାବରେ ଅଲମ୍ପିକ୍ସରେ ଦୁଇଟି ଇଭେଣ୍ଟରେ ଭାଗ ନେଇଥିବା ବେଳେ ୨୦୦ ମିଟର ଦୌଡରେ ଦୂତୀ ନିଶ୍ଚିତ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି ।

  • Tags:

Subscribe

National International State Sports Entertainment