କ୍ରିକେଟରଙ୍କ ସୁନା ଲୋଭ; ଦୁବାଇରୁ ଆଣୁଥିବା ବେଳେ ମୁମ୍ବାଇ ବିମାନବନ୍ଦରରେ ଅଟକ
Khabar Odisha:Cricketers-gold-greed-He-was-detained-at-the-Mumbai-airport-on-his-way-from-Dubai
ମୁମ୍ବାଇ, ନଭେମ୍ବର ୧୩ (ଖବର ଓଡ଼ିଶା):

ମୁମ୍ବାଇ ଇଣ୍ଡିଆନ୍ସ ଓ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଡିରୋକ୍ଟେରେଟ ଅଫ ରେଭିନ୍ୟୁ ଇଣ୍ଟେଲଜେନ୍ସ(ଡିଆରଆଇ) ପକ୍ଷରୁ ଅଟକ ରଖାଯାଇଛି । ୟୁଏଇରେ ଆଇପିଏଲ ଖେଳିବା ପରେ ଏକ ଚାଟାର୍ଡ ଫ୍ଲାଇଟ ଦ୍ୱାରା କୃନାଲ ଆଜି ମୁମ୍ବାଇ ଫେରୁଥିଲେ । ତେବେ ସେ ସାଙ୍ଗରେ ଧାର୍ଯ୍ୟ ସୀମା ଠାରୁ ଅଧିକ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଆଣିଥିବା ସନ୍ଦେହ କରି ଡିଆରଇ ଅଧିକାରୀମାନେ ତାଙ୍କୁ ଏୟାରପୋର୍ଟରେ ହିଁ ଅଟକ ରଖିଛନ୍ତି ।

କୃନାଲ ନିଜ ସାଙ୍ଗରେ ଦୁବାଇରୁ ଅଧିକ ପରିମାଣର ସୂନା, ଏକାଧିକ ଦାମୀ ପର୍ସ, ଚାରୋଟି ଦାମୀ ଘଣ୍ଟା ଓ ଅନ୍ୟାନ୍ୟ ସାମଗ୍ରୀ ଆଣିଛନ୍ତି । କିନ୍ତୁ ଏହି ସମ୍ପର୍କରେ ସେ ଏୟାରପୋର୍ଟ ଅଧିକାରୀ ବା ପ୍ରଶାସନକୁ ଜଣାଇ ନାହାନ୍ତି । ତେଣୁ ତାଙ୍କୁ ଏୟାରପୋର୍ଟରେ ଅଟକ ରଖାଯାଇଥିବା ଜଣାପଡ଼ିଛି ।

ନିୟମ ଅନୁସାରେ, ଦୁବାଇରୁ ଆସୁଥିବା ଭାରତୀୟ ପୁରୁଷମାନେ ନିଜ ସାଙ୍ଗରେ ୫୦ ହଜାର ଟଙ୍କା ଯାଏ ସୁନା ବିନା କୌଣସି ଚାର୍ଜରେ ଆଣିପାରିବେ । ସେହିପରି ଭାରତୀୟ ମହିଳାଙ୍କ ପାଇଁ ଏହା ଏକ ଲକ୍ଷ ଟଙ୍କା ରହିଛି । କିନ୍ତୁ କୃନାଲ ନିୟମ ବାହାରେ ଓ ବିନା ସୂଚନାରେ ଅଧିକ ପରିମାଣର ସୁନା ଆଣିଥିବା ସନ୍ଦେହରେ ତାଙ୍କୁ ପଚାରଉଚରା କରାଯାଉଛି । ରିପୋର୍ଟ ଲେଖା ହେଲା ବେଳକୁ ସେ ଏୟାରପୋର୍ଟରେ ହିଁ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ନିରୀକ୍ଷଣ ଚାଲିଛି ଏବଂ ଯଦି ସେ କୃନାଲ ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଜୋରିମାନା ଭରିବାକୁ ପଡିବ । 

ସୂଚନାଯୋଗ୍ୟ, ଚଳିତ ଆଇପିଏଲ କରୋନା ଯୋଗୁ ୟୁଏଇରେ ଖେଳା ଯାଉଥିଲା । ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ଫାଇନାଲରେ ମୁମ୍ବାଇ ପ୍ରତିପକ୍ଷ ଦିଲ୍ଲୀକୁ ପରାସ୍ତ କରି ୫ମ ଥର ଚାମ୍ପିୟନ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ସରିବା ପରେ କୃନାଲଙ୍କ ସାନ ଭାଇ ହାଦ୍ଦିକ ପାଣ୍ଡ୍ୟା ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଖେଳିବା ନିମନ୍ତେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ବେଳେ କୃନାଲ ସ୍ୱଦେଶକୁ ଫେରିଛନ୍ତି ।

  • Tags:

Subscribe

National International State Sports Entertainment