ଚେନ୍ନାଇ: ଆଇପିଏଲ୍ ୨୦୨ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ (CSK)କୁ ତାରି ଘରୋଇ ମଇଦାନ ଚେପକ୍ ଷ୍ଟାଡିୟମରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ (SRH)। ଏହି ବିଜୟ ସହ ହାଇଦ୍ରାବାଦ ଚଳିତ ସିଜନର ପ୍ଲେ-ଅଫରେ ନିଜ ସ୍ଥାନ ସୁନିଶ୍ଚିତ କରିନେଇଛି। ଅନ୍ୟପଟେ ହାଇଦ୍ରାବାଦର ଏହି ସଫଳତା ପରେ ଗୁଜରାଟ ଟାଇଟନ୍ସ (GT) ମଧ୍ୟ ଆନୁଷ୍ଠାନିକ ଭାବେ ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି।
ତେବେ ଷ୍ଟାର୍ ବ୍ୟାଟର ଇଶାନ କିଷନଙ୍କ ବିସ୍ଫୋରକ ବ୍ୟାଟିଂ ଚେନ୍ନାଇ ହାତରୁ ମ୍ୟାଚ୍ ଛଡ଼ାଇ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୮୦ ରନ କରିଥିଲା। ଜବାବରେ ହାଇଦ୍ରାବାଦ ଇଶାନଙ୍କ ୭୦ ରନ ବଳରେ ୫ ଓ୍ଵିକେଟରେ ମ୍ୟାଚ୍ ଜିତି ନେଇଛି।
ଇଶାନ କିଷନଙ୍କ ଧୂଆଁଧାର ଇନିଂସ
ଚେନ୍ନାଇ ପକ୍ଷରୁ ମିଳିଥିବା ୧୮୧ ରନର ଲକ୍ଷ୍ୟକୁ ପିଛା କରି ସନରାଇଜର୍ସ ହାଇଦ୍ରାବାଦ ପ୍ରାରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା। ବିଶେଷ କରି ଇଶାନ କିଷନ ସିଏସକେ ବୋଲରଙ୍କୁ ନିର୍ଧୁମ ପ୍ରହାର କରି ପଡ଼ିଅର ଚାରିଆଡ଼େ ଚୌକା ଓ ଛକାର ବର୍ଷା କରିଥିଲେ। ତାଙ୍କର ଏହି ଦମଦାର୍ ସ୍କୋର ବଳରେ ହାଇଦ୍ରାବାଦ ଅତି ସହଜରେ ମ୍ୟାଚ୍କୁ ନିଜ ସପକ୍ଷରେ କରିନେଇଥିଲା। ଏହି ପରାଜୟ ଚେନ୍ନାଇ ପ୍ରଶଂସକଙ୍କୁ ବଡ଼ ଶକ୍ତ ଧକ୍କା ଦେଇଛି, କାରଣ ଏମଏସ୍ ଧୋନିଙ୍କ ଅନୁପସ୍ଥିତିରେ ଦଳ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହରାଇଛି। ଇଶାନଙ୍କ ବ୍ୟତୀତ ହେନରିକ କ୍ଲାସେନ ୪୭ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଅଭିଷେକ ଶର୍ମା ୨୬ ରନ କରିଥିଲେ।
ଆରମ୍ଭରୁ ଚେନ୍ନାଇ ବ୍ୟାଟରମାନେ ବିସ୍ଫୋରକ ବ୍ୟାଟିଂ କରିଥିଲେ ମଧ୍ୟ କ୍ରମାଗତ ଭାବେ ନିଜର ୱିକେଟ୍ ହରାଇ ଚାଲିଥିଲେ। ଦଳର ପ୍ରଥମ ୱିକେଟ୍ ୩୧ ରନ୍ରେ ଗଡ଼ିଥିବା ବେଳେ ଦ୍ୱିତୀୟ ୪୮, ତୃତୀୟ ୯୦ ଏବଂ ଚତୁର୍ଥ ୱିକେଟ୍ ୧୦୦ ରନ୍ରେ ପଡ଼ିଥିଲା। ଏହାପରେ ପଞ୍ଚମ ୱିକେଟ୍ ୧୫୯, ଷଷ୍ଠ ୧୬୪ ଏବଂ ସପ୍ତମ ୱିକେଟ୍ ୧୮୦ ରନ୍ ସ୍କୋରରେ ପତନ ହୋଇଥିଲା। ଦଳ ପକ୍ଷରୁ ପଞ୍ଚମ ୱିକେଟ୍ ପାଇଁ ଡେୱାଲ୍ଡ ବ୍ରେଭିସ୍ ଏବଂ ଶିବମ ଦୁବେଙ୍କ ମଧ୍ୟରେ ୩୮ ବଲ୍ରେ ସର୍ବାଧିକ ୫୯ ରନ୍ର ଭାଗିଦାରୀ ହୋଇଥିଲା।
ସିଏସକେ ପାଇଁ ଡେୱାଲ୍ଡ ବ୍ରେଭିସ୍ ସବୁଠାରୁ ବଡ଼ ଇନିଂସ ଖେଳିଥିବା ବେଳେ କାର୍ତ୍ତିକ ଶର୍ମା ୩୨ ରନ୍ର ଅବଦାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ୨୭ ରନ୍, ଶିବମ ଦୁବେ ୨୬ ରନ୍, ଅଧିନାୟକ ଋତୁରାଜ ଗାୟକୱାଡ଼ ୧୫ ରନ୍, ଉର୍ଭିଲ ପଟେଲ ୧୩ ରନ୍ ଏବଂ ପ୍ରଶାନ୍ତ ବୀର ୧୧ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ଅକିଲ ହୁସେନ ୩* ରନ୍ କରି ଅପରାଜିତ ରହିଥିଲେ। ବଡ଼ ବ୍ୟାଟରମାନେ କ୍ରିଜ୍ରେ ସେଟ୍ ହେବା ପରେ ଆଉଟ୍ ହେବା ଚେନ୍ନାଇକୁ ବହୁତ ମହଙ୍ଗା ପଡ଼ିଥିଲା। ଶେଷରେ ଦଳ ୭ ଓ୍ଵିକେଟ୍ ହରାଇ ୧୭୦ ରନ କରିଥିଲା।
ହାଇଦ୍ରାବାଦ-ଗୁଜରାଟ କ୍ଵାଲିଫାଏ
ଏହି ମ୍ୟାଚ୍ ଜିତିବା ପରେ ସନରାଇଜର୍ସ ହାଇଦ୍ରାବାଦ ପ୍ଲେ-ଅଫ୍ ଟିକେଟ୍ ହାସଲ କରିବାରେ ସଫଳ ହୋଇଛି। ହାଇଦ୍ରାବାଦର ବିଜୟ ସହିତ ପଏଣ୍ଟ ଟେବୁଲ ସମୀକରଣ ଆଧାରରେ ଗୁଜରାଟ ଟାଇଟନ୍ସ ମଧ୍ୟ ପ୍ଲେ-ଅଫ୍ ପାଇଁ କ୍ୱାଲିଫାଏ କରିନେଇଛି।