ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ନିଜର ଚରମ ରୋମାଞ୍ଚରେ ପହଞ୍ଚି ସାରିଛି । ପ୍ଲେ ଅଫ ପାଇଁ ୭ଟି ଦଳ ମଧ୍ୟରେ ଲଢେଇ ଜାରି ରହିଛି । ଏହା ମଧ୍ୟରେ ଆସନ୍ତାକାଲି ଭାରତୀୟ ଦଳ ଘୋଷଣା ହେବ । ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଓ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ । ଏହି ସିରିଜ ଜୁନ ମାସରେ ଖେଳାଯିବ । ଏକମାତ୍ର ଟେଷ୍ଟ ସହ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ହେବାକୁ ଥିବା ଦଳ ଘୋଷଣାରେ କେଉଁ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି ।
ଭାରତୀୟ ଦଳ ଜୁନ ୬ରୁ ଏକମାତ୍ର ଟେଷ୍ଟ ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ଏହି ଟେଷ୍ଟ ପାଇଁ ଦଳର ସମସ୍ତ ପ୍ରମୁଖ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ହେଲେ ଋଷଭ ପନ୍ତଙ୍କ ହାତରୁ ଉପଅଧିନାୟକ ପଦ କାଢି ନିଆଯାଇପାରେ । ଯଶସ୍ୱୀ ଜୟସ୍ୱାଲଙ୍କୁ ଉପଅଧିନାୟକ କରାଯାଇପାରେ । ଅନ୍ୟପଟେ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ । ତାଙ୍କ ସ୍ଥାନରେ ଆକିବ ନବୀଙ୍କୁ ସୁଯୋଗ ମିଳିପାରେ । ହେଲେ ଚୂଡାନ୍ତ ଏକାଦଶରେ ତାଙ୍କୁ ସିଧାସଳଖ ସୁଯୋଗ ମିଳିନ ପାରେ? ଏମିତି ହୋଇପାରେ ଟେଷ୍ଟ ଟିମ୍ ।
ସମ୍ଭାବିତ ଭାରତୀୟ ଟେଷ୍ଟ ଦଳ
କେଏଲ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ଦେବଦତ୍ତ ପାଡିକଲ, ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ (ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ନୀତିଶ କୁମାର ରେଡ୍ଡୀ, ସାଇ ସୁଦର୍ଶନ, କୁଲଦୀପ ଯାଦବ, ଧ୍ରୁବ ଜୁରେଲ(ୱିକେଟ୍ କିପର), ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଆକାଶ ଦୀପ ଓ ଆକିବ ନବୀ ।
ଦିନକିଆ ଦଳ ଉପରେ ନଜର ପକାଇଲେ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା ହୋଇପାରେ । ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ପ୍ରିନ୍ସ ଯାଦବଙ୍କୁ ସୁଯୋଗ ମିଳିପାରେ । ହେଲେ ପଦାର୍ପଣ ପାଇଁ ତାଙ୍କୁ ଅପେକ୍ଷା କରିବାକୁ ପଡିପାରେ । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଅଧିନାୟକ କୋର ଟିମ୍ ସହ ଯାଇ ପାରନ୍ତି । ଯଶସ୍ୱୀ ଜୟସ୍ୱାଲଙ୍କୁ ସୁଯୋଗ ମିଳିବାର ସମ୍ଭାବନା କମ ୍ ରହିଛି । କାରଣ ଇଶାନ କିଶନଙ୍କୁ ବ୍ୟାକଅପ (ୱିକେଟ୍ କିପର) ଏବଂ ଓପନର ଭାବେ ଗୁରୁତ୍ୱ ଦିଆଯାଉଛି । ଏମିତି ସ୍ଥିତିରେ ଋଷଭ ପନ୍ତ ବାଦ୍ ପଡି ପାରନ୍ତି । ଇଶାନ ମଧ୍ୟକ୍ରମରେ ମଧ୍ୟ ଦିନିକିଆ ଟିମରେ ଖେଳି ପାରନ୍ତି ।
ଦିନିିକିଆ ସିରିଜ୍ ପାଇଁ ସମ୍ଭାବିତ ଭାରତୀୟ ଦଳ
ଶୁଭମନ ଗିଲ୍(ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ୍ କିପର), ଇଶାନ କିଶନ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ ଓ ପ୍ରିନ୍ସ ଯାଦବ ।