ଆଜି ପ୍ରଥମ କ୍ଵାଲିଫାୟାର ମ୍ୟାଚ୍: ମୁହାଁମୁହିଁ ହେବେ ଗୁଜରାଟ ଟାଇ‌ଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ
Khabar Odisha:Chennai-Super-Kings-face-evenly-matched-Gujarat-Titans
ଖବର ଓଡିଶା : 23/05/2023:

ଆଜି ଆଇପିଏଲରେ ଖେଳାଯିବ ପ୍ରଥମ କ୍ବାଲିଫାୟର ମ୍ୟାଚ୍ । ଆଜିର  ମ୍ୟାଚ୍ ରେ  ମୁହାଁମୁହିଁ ହେବେ ଗୁଜରାଟ ଟାଇ‌ଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ  । ରବିବାର ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ଆର୍‌ସିବିକୁ ୬ ୱିକେଟ୍‌ରେ ହରାଇ ଗୁଜରାଟ ଟାଇଟନ୍ସ  ପ୍ଲେଅଫ ପାଇଁ କ୍ବାଲିଫାୟର ହୋଇଥିଲା । ଏହାପରେ ବିରାଟ କୋହଲିଙ୍କ ଟ୍ରଫି ଜିତିବା ସ୍ୱପ୍ନ ଧୂଳିସାତ୍ ହୋଇଥିବା ବେଳେ ଗୁଜୁରାଟ ର ରାସ୍ତା ସଫା ହୋଇଥିଲା ।

ପ୍ଲେଅଫ ପାଇଁ ଗୁଜୁରାଟ ଟାଇଟନ୍ସ, ଚେନ୍ନାଇ ସୁପର କିଙ୍ଗସ, ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ କ୍ୱାଲିଫାଏ କରିଛନ୍ତି । ଆଜି ପ୍ରଥମ କ୍ବାଲିଫାୟର ଗୁଜୁରାଟ ଓ ଚେନ୍ନାଇ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଆସନ୍ତାକାଲି ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମଧ୍ୟରେ ମୁକାବିଲା ହେବ। 

୧୪ ମ୍ୟାଚରୁ ଗୁଜରାଟ ୨୦ ପଏଣ୍ଟ ଏବଂ ଚେନ୍ନାଇ ୧୭ ପଏଣ୍ଟ ସହ ପ୍ରଥମ ଦୁଇ ଦଳ ଭାବେ ପ୍ଲେ ଅଫରେ ପହଞ୍ଚିଛନ୍ତି । ତେବେ ଆଜିର ମ୍ୟାଚ୍ ଧୋନୀଙ୍କ ପାଇଁ ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଶେଷ ମ୍ୟାଚ୍ ହୋଇପାରେ । ତେଣୁ ଘରୋଇ ମାଟିରେ ଆଜି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିବ ଚେନ୍ନାଇ । କିନ୍ତୁ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିବା ଚେନ୍ନାଇ ପାଇଁ ଏତେ ସହଜ ହେବନି ତେଣୁ  ଚେନ୍ନାଇକୁ ଆଜିର ମ୍ୟାଚରେ ଜିତିବାକୁ ହେଲେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

ସେହିପରି ଆଜିର ମ୍ୟାଚରେ ଚେନ୍ନାଇକୁ ପରାସ୍ତ କରି ଲଗାତର ଦ୍ୱିତୀୟ ବର୍ଷ ଫାଇନାଲକୁ ଯିବାକୁ ଚେଷ୍ଟା କରିବ ଗୁଜରାଟ ।  ଗୁଜରାଟର ବ୍ୟାଟିଂ ଓ ବୋଲିଂ ବି ବେଶ୍ ସୁଦୃଢ଼ ରହିଛି । ଓପନର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଶେଷ ଦୁଇ ମ୍ୟାଚରେ ଶତକ ହାସଲ କରିଛନ୍ତି ଗିଲ୍ । ତେଣୁ ଆଜିର ମ୍ୟାଚରେ ମଧ୍ୟ ଗିଲଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଉଛି । ତେବେ ଆଇପିଏଲ ଇତିହାସରେ ଉଭୟ ଦଳ ୩ ଥର ମୁହାଁମୁହିଁ ହୋଇଥିବାବେଳେ ୩ଟି ଯାକ ମ୍ୟାଚରେ ବିଜୟ ଲାଭ କରିଛି ଗୁଜରାଟ । ତେଣୁ ଆଜି ମ୍ୟାଚରେ ବିଜୟ ଲାଭ କରି ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ସିଏସକେ ।  

Subscribe

National International State Sports Entertainment