ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପୂର୍ବରୁ ଯଶପ୍ରୀତ ବୁମରାଙ୍କୁ ନେଇ ଏହା ସ୍ପଷ୍ଟ ଥିଲା ଯେ, ଏହି ଦ୍ରୁତ ବୋଲର ୫ଟି ମ୍ୟାଚରୁ ତିନୋଟି ମ୍ୟାଚ୍ ଖେଳିବେ । ସମ୍ଭାବନା ଏହା ଥିଲା ଯେ, ସେ ପ୍ରଥମ, ତୃତୀୟ ଓ ପଞ୍ଚମ ଟେଷ୍ଟ ଖେଳିବେ । ତୃତୀୟ ମ୍ୟାଚ୍ ପର୍ଯ୍ୟନ୍ତ ଏମିତି ହିଁ ରହିଥିଲା । ପ୍ରଥମ ମ୍ୟାଚ୍ ପରେ ଦ୍ୱିତୀୟ ମ୍ୟାଚରେ ବିଶ୍ରାମ ଏବଂ ପୁଣି ତୃତୀୟ ମ୍ୟାଚ୍ ଖେଳିଲେ । କିନ୍ତୁ ଏବେ ତାଙ୍କୁ ବାଧ୍ୟ ବାଧ୍ୟକତାରେ ତୃତୀୟ ପରେ ଚତୁର୍ଥ ଟେଷ୍ଟ ଖେଳିବାକୁ ପଡିଛି । ଲଗାତାର ଦ୍ୱିତୀୟ ମ୍ୟାଚ୍ ଖେଳିବା ଚିନ୍ତାର କାରଣ ନୁହେଁ ବରଂ ସମସ୍ୟା ସୃଷ୍ଟି କରିଛି । ବୁମରା ଚତୁର୍ଥ ଟେଷ୍ଟରେ କେବଳ ବୋଲିଂ ହିଁ କରି ପାରୁଛନ୍ତି । ଫାଷ୍ଟ ଆଣ୍ଡ ଫ୍ୟୁରିୟସରୁ ସ୍ଲୋ ଆଣ୍ଡ ସିରିୟସ ହୋଇ ଯାଇଛନ୍ତି ।
କ୍ରିକବଜ କିଛି ତଥ୍ୟ ସେୟାର କରିଛି, ଯାହା ବାସ୍ତବିକ ଚକିତ ଦେବା ପରି ରହିଛି । ବୁମରା ଇଂଲଣ୍ଡ ବିପକ୍ଷ ଲିଡ୍ସରେ ପ୍ରଥମ ଟେଷ୍ଟ ଖେଳି ୨୬୬ ବଲ୍ ଫିଙ୍ଗିଥିଲେ । ଏଥିରୁ ୧୦୬ ଥର ବୋଲିଂର ଗତି ଘଣ୍ଟା ପ୍ରତି ୧୪୦ କିମି କିମ୍ବା ସେଥିରୁ ଅଧିକ ଥିଲା । ଅର୍ଥାତ ୪୦ ପ୍ରତିଶତ ବଲ୍ ସେ ୧୪୦ କିମ୍ବା ଅଧିକ ବେଗରେ ବୋଲିଂ କରିଥିଲ । ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ୫ ସଫଳତା ହାସଲ କରିଥିଲେ କିନ୍ତୁ ଦ୍ୱିତୀୟ ଇନିଂସରେ ତାଙ୍କୁ କୌଣସି ୱିକେଟ୍ ମିଳି ନ ଥିଲା ।
ଦ୍ୱିତୀୟ ମ୍ୟାଚରେ ତାଙ୍କ ଗତି ହ୍ରାସ ପାଇଥିଲା । ଲଣ୍ଡନର ଲର୍ଡ୍ସ ଷ୍ଟାଡିୟମରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ବୁମରା ୨୫୭ ବଲ ବୋଲିଂ କରିଥିଲେ । ଏଥିରୁ କେବଳ ୬୯ ଥର ବଲର ଗତି ଘଣ୍ଟା ପ୍ରତି ୧୪୦ କିମି କିମ୍ବା ଅଧିକ ଥିଲା । ପ୍ରଥମ ମ୍ୟାଚରେ ଯେଉଁଠି ସେ ୪୦ ପ୍ରତିଶତ ବଲ୍ ୧୪୦ କିମ୍ବା ଅଧିକ ବେଗରେ ବୋଲିଂ କରିଥିଲେ, ତୃତୀୟ ଟେଷ୍ଟରେ ତାହା ୨୭ ପ୍ରତିଶତ ରହିଛି । ଏହି ମ୍ୟାଚରେ ସେ ପ୍ରଥମ ଇନିଂସରେ ୫ ୱିକେଟ୍ ଓ ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ନେଇଥିଲେ । େତେବେ ଚତୁର୍ଥ ଟେଷ୍ଟରେ ବୁମରାଙ୍କ ବୋଲିଂ ଆହୁରି ନିରାଶଜନକ ରହିଛି ।
ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳା ଯାଇଥିବା ସିରିଜର ଚତୁର୍ଥ ଟେଷ୍ଟରେ ବୁମରାଙ୍କ ବୋଲିଂ ଦେଖିଲେ ଆହୁରି ନିରାଶ ହେବେ । ବୁମରା ତୃତୀୟ ଦିନର ଖେଳ ଶେହ ସୁଦ୍ଧା ମୋଟ୍ ୧୭୩ ବଲ୍ ବୋଲିଂ କରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏଥିରୁ ମାତ୍ର ଗୋଟିଏ ବଲ୍ ସେ ୧୪୦ କିମି ବେଗରେ ବୋଲିଂ କରିଛନ୍ତି । ଏଥିରୁ ଲାଗୁଛି ଯେ, ବୁମରା ନିଜର କାର୍ଯ୍ୟଚାପକୁ ନେଇ ବହୁତ ସତର୍କ ଅଛନ୍ତି ।