ଲିଡ୍ସ: ରୋଚକ ମୋଡ ନେବାକୁ ଯାଉଛି ଲିଡ୍ସ ଟେଷ୍ଟ । ତୃତୀୟ ଦିନର ଖେଳ ସମାପ୍ତ ହୋଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୨ ୱିକେଟ୍ ହରାଇ ୯୦ ରନ କରିଛି । ଭ୍ରମଣକାରୀ ଦଳଠୁ ଭାରତ ୯୬ ରନ ଅଗ୍ରଣୀ ହାସଲ କରିଛି । କ୍ରିଜରେ କେଏଲ ରାହୁଲ ୪୭ ରନ ଓ ଅଧିନାୟକ ଶୁଭମନ ଗିଲ୍ ୬ ରନ କରି ଖେଳୁଛନ୍ତି । ଏହା ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୪୭୧ ରନ ଜବାବରେ ଇଂଲଣ୍ଡ ୪୬୫ ରନ କରି ପାରିଛି । ତୃତୀୟ ଦିନରେ ଭାରତ ପକ୍ଷରୁ ବୁମରା ୫ ୱିକେଟ୍ ଅକ୍ତିକାର କରିଥିବା ବେଳେ ଇଂଲଣ୍ଡ ପକ୍ଷରୁ ହ୍ୟାରି ବ୍ରୁକ ୯୯ ରନର ଇନିଂସ ଖେଳିଛନ୍ତି ।
ଏହା ପୂର୍ବରୁ ଇଂଲଣ୍ଡ ଦ୍ୱିତୀୟ ଦିନର ଅସମାପ୍ତ ଖେଳ ୨୦୯/୩ରୁ ଖେଳ ଆରମ୍ଭ କରିଥିଲା । ଓଲି ପପ୍ ଓ ହ୍ୟାରି ବ୍ରୁକରେ କ୍ରିଜରେ ଅପରାଜିତ ଥିଲେ । ତେବେ ଓଲି ପପ ବ୍ୟକ୍ତିଗତ ସ୍କୋରରେ ୬ ରନ ଯୋଡି ୧୦୬ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ହ୍ୟାରି ବ୍ରୁକ ଦଳର ଇନିଂସ ସମ୍ଭାଳିଥିଲେ । ସେ ଅଧିନାୟକ ବେନ ଷ୍ଟୋକ୍ସଙ୍କ ସହ ମିଶି ପଞ୍ଚମ ୱିକେଟ ପାଇଁ ୫୧ ରନ ଯୋଡିଥିଲେ । ୨୭୬ ରନ ସ୍କୋରରେ ଷ୍ଟୋକ୍ସ ଆଉଟ୍ ହୋଇଥିଲେ । ଏହା ପରେ ହ୍ୟାରି ବ୍ରୁକ ଓ ଜେମି ସ୍ମିଥ ଭାରତୀୟ ବୋଲରଙ୍କୁ ନିରାଶ କରି ୭୩ ରନ ଯୋଡିଥିଲେ । ୩୪୯ ରନ ସ୍କୋରରେ ଜେମି ସ୍ମିଥ ୪୦ ରନର ଉପଯୋଗୀ ଇନିଂସ ଖେଳିଥିଲେ ।
ତେବେ ଶତକର ଦ୍ୱାର ଦେଶରେ ପହଞ୍ଚିତିବା ବ୍ରୁକ ଏକ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ସେ ୯୯ ରନ କରି ପ୍ରସିଦ୍ଧ କୃଷ୍ଣାଙ୍କ ଶିକାର ହୋଇଥିଲେ । ତେବେ ନିମ୍ନ କ୍ରମରେ କ୍ରିସ ୱକ୍ସ ଓ ବ୍ରିଡନ କର୍ସ ୨୨ ରନ କରିବାରୁ ଇଂଲଣ୍ଡ ୪୬୫ ରନ କରିଥିଲା । ୱକ ଓ ଟଙ୍ଗଙ୍କୁ ଆଉଟ୍ କରି ବୁମରା ପାଞ୍ଚ ୱିକେଟ୍ ହାସଲ କରିଥିଲେ ।
ଏହା ପରେ ଭାରତ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ବେଳେ ୧୬ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା । ଯଶସ୍ୱୀ ଜୟସ୍ୱାଲ ୪ ରନ କରି ପାଭିଲିୟନ ଫେରିଥିଲେ । ଏହା ପରେ କେଏଲ ରାହୁଲ ଓ ସାଇ ସୁଦର୍ଶନ ଦଳର ଇନିଂସକୁ ଆଗକୁ ବଢାଇଥିଲେ । ୮୨ ରନ ସ୍କୋରରେ ସୁଦର୍ଶନ ୩୦ ରନ କରି ଆଉଟ୍ ହୋଇଥିଲେ । ଭାରତ ୨ ୱିକେଟ୍ ହରାଇ ୯୦ ରନ କରିଥିବା ବେଳେ ବର୍ଷା ହେବାରୁ ଅମ୍ପାୟର ତୃତୀୟ ଦିନର ଖେଳ ସମାପ୍ତି ଘୋଷଣା କରିଥିଲେ । କେଏଲ ରାହୁଲ ପୁଣି ଏକ ଭଲ ଇନିଂସ ଖେଳି ୪୭ ରନ କରି ଅପରାଜିତ ଅଛନ୍ତି । ଗିଲ୍ ୬ ରନ କରି ଖେଳୁଛନ୍ତି ।