ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବାକୁ ଆଉ ଗୋଟିଏ ମାସ ସମୟ ରହିଲା । ମାତ୍ର ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ବାଂଲାଦେଶ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ କି ନାହିଁ । ଭାରତରେ ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ନିଜର ମ୍ୟାଚ୍ ଭାରତରୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲା । କିନ୍ତୁ ଆଇସିସି ବାଂଲାଦେଶର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି ।
ଆଇସିସି କହିଛି ଯେ, ବାଂଲାଦେଶ ଭାରତରେ ଖେଳୁ ନଚେତ୍ ପଏଣ୍ଟ କଟିବା ନେଇ ପ୍ରସ୍ତୁତ ରହୁ । ଆଇସିସିର ମେଗା ଇଭେଣ୍ଟ ପୂର୍ବରୁ ଏହି ବିବାଦ ବାଂଲାଦେଶ ଖେଳାଳିଙ୍କୁ ମର୍ମାହତ କରିଛି । ଏହାର ଖୁଲାସା ଖୋଦ୍ ଟେଷ୍ଟ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ କରିଛନ୍ତି । ସେ କହିଛନ୍ତି, ଖେଳାଳି କେବଳ ଅଭିନୟ କରୁଛନ୍ତି ଏବଂ ଏଥିରେ ସେମାନଙ୍କୁ କୌଣସି ଫରକ ପଡେ ନାହିଁ ।
ଆଇସିସି ଟି-୨୦ ବିଶ୍ୱକପରେ ଦଳର ଭାଗିଦାରୀକୁ ନେଇ ଖେଳାଳି ମଧ୍ୟ ଅନିଶ୍ଚିତ ଅଛନ୍ତି । ବିସିବି ଧମକ ଦେଇଛି ଯେ, ଯଦି ତାଙ୍କର ମ୍ୟାଚ୍ ଭାରତରୁ ସ୍ଥାନାନ୍ତର କରା ନ ଯାଏ ତେବେ ଆଗାମୀ ସମୟରେ ଦଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ ନାହିଁ ।
ନଜମୁଲ ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ, ସର୍ବପ୍ରଥମେ ଯଦି ଆପଣ ଆମର ବିଶ୍ୱକପ୍ ଫଳାଫଳ ଦେଖିବେ, ତେବେ ଆମେ କେବେ ବି ଲଗାତାର ଭଲ ପ୍ରଦର୍ଶନ କରି ନାହାନ୍ତି । ଗତ ବର୍ଷ ଆମେ ଭଲ ପ୍ରଦର୍ଶନ କରିଥିଲୁ । ତଥାପି ଆହୁରି ଭଲ କରି ପାରିଥାନ୍ତୁ । ମିଳିଥିବା ଆରମ୍ଭର ଫାଇଦା ଉଠାଇ ପାରି ନ ଥିଲୁ । ମାତ୍ର ଆପଣ ଦେଖିବେ ପ୍ରତି ବିଶ୍ୱକପରେ କିଛି ନା କିଛି ଘଟୁଛି । ମୁଁ ତିନୋଟି ବିଶ୍ୱକପରେ ନିଜର ଅନୁଭବକୁ ନେଇ କହୁଛି, ଏସବୁ ବିବାଦର ପ୍ରଭାବ ଖେଳାଳିଙ୍କ ଉପରେ ପଡିଥାଏ ।
ସେ ଏହା ମଧ୍ୟ କହିଛନ୍ତି, ଆମେ ସଂପୂର୍ଣ୍ଣ ପେଶାଦାର କ୍ରିକେଟର । ତଥାପି ପ୍ରଭାବ ପଡିବା ସ୍ୱାଭାବିକ । ଆପଣମାନେ ଭାବୁଥିବେ ଆମେ ଆକ୍ଟିଂ କରୁଛୁ । ମାତ୍ର ଏହା ଆମ ପାଇଁ ସହଜ ନୁହେଁ । ତେଣୁ ବୋର୍ଡକୁ ମଧ୍ୟ ଏହା ଉପରେ ବିଚାର କରିବାର ଆବଶ୍ୟକତା ରହିଛି । ଖେଳାଳିଙ୍କୁ କେମିତି ଏସବୁରୁ ଦୂରରେ ରଖାଯିବ ତା ପ୍ରତି ବୋର୍ଡକୁ ଯତ୍ନବାନ ହେବାର ଆବଶ୍ୟକତା ରହିଛି ।
Also read: ମହିଳା କ୍ରିକେଟ୍ରେ ଶେଷ ଚାରି ବଲ୍ରୁ ଦରକାର ଥିଲା ୧୮ ରନ୍, ଇତିହାସ ରଚିଲେ ନାଡିନ୍ ଡି କ୍ଲାର୍କ