ଦକ୍ଷତା ବୃଦ୍ଧି ନିମନ୍ତେ କୁସ୍ତି ଛାଡି ବକ୍ସିଙ୍ଗ ଶିଖୁଛନ୍ତି ବଜରଙ୍ଗ ପୁନିଆ
Khabar Odisha:Bajrang-Punia-is-learning-boxing--to-improve-his-skills-in-wrestling
ନୂଆଦିଲ୍ଲୀ, ଅଗଷ୍ଟ ୧୧ (ଖବର ଓଡ଼ିଶା):

ଭାରତୀୟ ରେସଲର ବଜରଙ୍ଗ ପୁନିଆ ଆଗାମୀ ଟୋକିଓ ଅଲମ୍ପିକରେ ଭାରତ ପାଇଁ ପଦକ ଜିତିବା ଆଶାୟୀଙ୍କ ମଧ୍ୟରୁ ଜଣେ । ତେବେ ଆଗାମୀ ଅଲମ୍ପିକରେ ରେସଲିଙ୍ଗ ଇଭେଣ୍ଟରେ ସଫଳତା ପାଇବା ନିମନ୍ତେ ଏବେ କିଛିଟା ବକ୍ସିଙ୍ଗ ଶିଖୁଛନ୍ତି ପୁନିଆ । 

ଏହି ୨୬ ବର୍ଷୀୟ ଭାରତୀୟ ରେସଲର ୨୦୨୦ ଏସିଆନ ରେସଲିଙ୍ଗ ଚାମ୍ପିଅନସିପରେ ରୌପ୍ୟ ବିଜେତା ଜିତେନ୍ଦ୍ରର କିହ୍ନାଙ୍କ ସହ ସେ ଅଭ୍ୟାସ କରୁଛନ୍ତି । ଉଭୟେ ବକ୍ସିଙ୍ଗ କୋଚ ରୋନାଲଡ ସିମସଙ୍କ ତତ୍ତ୍ୱବଧାନରେ ବିଜୟନଗର ସ୍ଥିତ ଆଇ.ଆଇ.ଏସ କ୍ୟାମ୍ପସରେ ଅଭ୍ୟାସ କରୁଛନ୍ତି । 

ତେବେ ବକ୍ସିଙ୍ଗ ଶିଖିବା ଦ୍ୱାରା ପୁନିଆଙ୍କ ଖେଳରେ ବହୁ ଉନ୍ନତି ହୋଇଛି । ଆଗ ଅପେକ୍ଷା ନୂଆ ନୂଆ କୌଶଳ ଶିଖିପାରିଛନ୍ତି ଏବଂ ଏହା ଦ୍ୱାରା ବହୁତ ଶୀଘ୍ର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ,ହାତ ଓ ଆଖିର ଭଲ କୋଡିନେସନ ରହିପାରୁଛି । ଏହା ସହ ଏହା ତାଙ୍କୁ ଟୋକିଓ ଅଲମ୍ପିକରେ ସହାୟକ ହେବ ବୋଲି ପୁନିଆ କହିଛନ୍ତି । 

ଆଗାମୀ ଟୋକିଓ ଅଲମ୍ପିକରେ ବଜରଙ୍ଗ ପୁନିଆ ୬୫ କେଜି ରେସଲର ବର୍ଗରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । ଅନ୍ୟପକ୍ଷରେ ତାଙ୍କ ସହ ମିଶି ଅଭ୍ୟାସ କରୁଥିବା ଜିତେନ୍ଦ୍ରର କିହ୍ନା ଏଯାଁଏ ଅଲମ୍ପିକ ନିମନ୍ତେ କ୍ୱାଲିଫାଏ ହୋଇନାହାନ୍ତି ।

  • Tags:

Subscribe

National International State Sports Entertainment