ଟେଷ୍ଟ ସିରିଜ ବିଜୟ ପରେ ଏବେ ଟି -୨୦ ସିରିଜ ବିଜୟ ଲକ୍ଷ୍ୟରେ ଭାରତ
Khabar Odisha:After-winning-Test-series-India-are-now-aiming-to-win-T20-series
ନୂଆଦିଲ୍ଲୀ, ମାର୍ଚ୍ଚ ୦୮ (ଖବର ଓଡ଼ିଶା):

ଟେଷ୍ଟ ସିରିଜରେ ଇଂଲଣ୍ଡକୁ ୩-୧ ରେ ପରାସ୍ତ କରି ଆଇସିସି ଟେଷ୍ଟ ଚାମ୍ପିଅନ ସିପ ଫାଇନାଲରେ ଭାରତ । ତେବେ ଏହି ସିରିଜ ବିଜୟ ପରେ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଟି -୨୦ ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି ଭାରତ । ଆଗକୁ ଟି -୨୦ ବିଶ୍ୱକପ ଆସୁଥିବାରୁ ନିଜର ଶ୍ରେଷ୍ଠ ଦଳ ବାଛିବା ନିମନ୍ତେ ଭାରତୀୟ ଦଳର ଚୟନକର୍ତା କିଛିଟା ଖେଳାଳିଙ୍କ ଉପରେ ଫୋକସ କରିପାରନ୍ତି. ଯେମିତି କି ଅଷ୍ଟ୍ରେଲିଆ ବିପକ୍ଷ ଟି -୨୦ ସିରିଜରେ ତିନୋଟି ମ୍ୟାଚରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଥିଲା. ମାତ୍ର ସାମସନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ସେହିପରି ଏହି ସିରିଜରେ ଘୋଷଣା ହୋଇଥିବା ଭାରତୀୟ ଦଳରେ ତିନୋଟି ନୂଆ ମୁହଁ ଦେଖିବାକୁ ମିଳିଛି. ଏହା ସହ ଦ୍ରୁତ ବୋଲର ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇ ଭୁବନେଶ୍ୱର କୁମାରଙ୍କୁ ସାମିଲ କରାଯାଇଛି । ବରୁଣ ଚକ୍ରବର୍ତ୍ତୀ ଏବଂ ରାହୁଲ ତେୱତୀୟା ଫିଟନେସ ଟେଷ୍ଟରେ ଫେଲ ହୋଇଥିଲେ ମଧ୍ୟ ସେମାନଂକୁ ବର୍ତ୍ତମାନ ସୁଦ୍ଧା ଦଳରୁ ବାଦ ଦିଆଯାଇ ନାହିଁ । ଆଇସିସି ଟି -୨୦ ର‌୍ୟାକିଙ୍ଗରେ ଇଂଲଣ୍ଡ ଶୀର୍ଷରେ ଥିବା ବେଳେ ଭାରତ ତୃତୀୟ ସ୍ଥାନରେ ରହିଛି ।

  • Tags:

Subscribe

National International State Sports Entertainment