ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ରବିବାର ଦମ୍ଦାର ବିଜୟ ହାସଲ କରିଛି । ହାଇଦ୍ରାବାଦ୍କୁ ପ୍ରଥମେ ବୋଲିଂରେ ଘାଇଲା ପରି ୧୧୩ ରନ୍ରେ ଅଟକାଇଥିଲା । ଏହା ପରେ ବ୍ୟାଟିଂ ପାଳିରେ ୧୦.୩ ଓଭରରେ ମାତ୍ର ୨ଟି ୱିକେଟ ହରାଇ ବିଜୟ ଲକ୍ଷ୍ୟ ପୂରା କଲା । ଫାଇନାଲ ମ୍ୟାଚରେ ବିଜୟୀ ହେଲା ପରେ ଖେଳାଳି, ଟିମ୍ କର୍ମଚାରୀ, ମାଲିକ ଶାହରୁଖ ଖାନ୍, କିଙ୍ଗ୍ ଖାନ୍ଙ୍କ ପରିବାର ଓ ବନ୍ଧୁ ଚେନ୍ନାଇର ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମରେ ଉତ୍ସାହିତ ହୋଇଥିଲେ । ମ୍ୟାଚ ବିଜୟୀ ହେଲା ପରେ ଷ୍ଟାଡିୟମରେ ଦୀପାବଳି ଭଳି ପରିବେଶ ସୃଷ୍ଟି ହୋଇଥିଲା ।