ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୫ର ସମସ୍ତ ୧୦ଟି ଦଳ ନିଜର ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି । ୧୦ଟିରୁ ୫ଟି ଦଳ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ଅନ୍ୟ ୫ଟି ଦଳ ପରାଜୟ ଭୋଗିଛନ୍ତି । ବିଜୟ ପ୍ରାପ୍ତ ଦଳ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପର କିଙ୍ଗ୍, ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ । ସିଜିନର ପଞ୍ଚମ ମ୍ୟଚ୍ରେ ପଞ୍ଜାବ ଘରୋଇ ଗୁଜରାଟକୁ ହରାଇ ତୃତୀୟ ସ୍ଥାନରେ ପହଞ୍ଚିଛି ।
ଏହି ମ୍ୟାଚ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ତୃତୀୟ ସ୍ଥାନରେ ଥିଲା । କିନ୍ତୁ ପଞ୍ଜାବ ବିଜୟ ପରେ ସିଏସକେ ଚତୁର୍ଥ ଓ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଚମକୁ ଖସିଛି । ଗୋଟିଏ ମ୍ୟାଚ୍ ପରେ ସନରାଇଜର୍ସ ହାଇଦ୍ରାବାଦ ଶୀର୍ଷରେ ରହିଛି । ଦଳର ନେଟ୍ ରନ ରେଟ୍ ଅନ୍ୟ ଦଳକୁ ବେଶ ଉନ୍ନତ ରହିଛି । ଦ୍ୱିତୀୟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରହିଛି । ଏସଆରଏଚର ନେଟ୍ ରନ ରେଟ୍ ଯୁକ୍ତ ୨.୨୦୦ ରହିଥିବା ବେଳେ ଆରସିବିର ଯୁକ୍ତ ୨.୧୩୭ ରହିଛି ।
ଯଦି ନିମ୍ନରେ ଥିବା ୫ଟି ଦଳ ଉପରେ ନଜର ପକାଇବା ଛଅ ନମ୍ବରରେ ଲଖନଉ ସୁପର ଜାଏଣ୍ଟସ ରହିଛି । ଦଳ ଗୋଟିଏ ୱିକେଟରେ ପରାଜୟ ଭୋଗିଥିଲା । ସପ୍ତମରେ ମୁମ୍ବାଇ ଇଣ୍ଡିଆନ୍ସ ରହିଛି । ଦଳ ପ୍ରଥମ ମ୍ୟାଚରେ ସିଏସକେଠୁ ପରାଜିତ ହୋଇଛି । ଅଷ୍ଟମରେ ଗୁଜରାଟ ଟାଇଟନ୍ସ, ଯାହାକୁ ପଞ୍ଜାବ ୧୧ ରନରେ ହରାଇଛି । ନବମରେ କୋଲକାତା ନାଇଟ୍ ରାଇଡର୍ସ, ଯାହାକୁ ଆରସିବି ଉଦଘାଟନୀ ମ୍ୟାଚରେ ହରାଇଥିଲା । ଆଉ ପଏଣ୍ଟ ଟେବୁଲର ସର୍ବନିମ୍ନରେ ରହିଛି ରାଜସ୍ଥାନ ରୟାଲ୍ସ । ଦଳକୁ ଏସଆରଏଚ ବଡ ବ୍ୟବଧାନରେ ହରାଇଥିଲା ।
ଗୋଟିଏ ମ୍ୟାଚ୍ ପରେ ଦଳର ସ୍ଥିତି
୧ – ଏସଆରଏଚ
୨ - ଆରସିବି
୩ - ପିବିକେଏସ
୪ – ସିଏସକେ
୫ – ଡିସି
୬ – ଏଲଏସଜି
୭ – ଏମଆଇ
୮ – ଜିଟି
୯ – କେକେଆର
୧୦- ଆରଆର