ନୂଆଦିଲ୍ଲୀ: ଗତକାଲିଠୁ ଆଇପିଏଲ ୨୦୨୫ ଆରମ୍ଭ ହୋଇ ଯାଇଛି । ଦୁଇ ମାସ ବର୍ତ୍ତମାନରେ ବିଶ୍ୱର ସବୁଠୁ ବଡ ଏହି ଟି-୨୦ ଲିଗରେ ବ୍ୟସ୍ତ ରହିବେ ଖେଳାଳି । ଏହା ପରେ ବି ଭାରତୀୟ କ୍ରିକେଟ୍ ଦଳର ବ୍ୟସ୍ତବହୁଳ କ୍ରୀଡାସୂଚୀ ରହିଛି । ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତର କ୍ରୀଡାସୂଚୀ ପ୍ରକାଶ ପାଇଛି । ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚଟି ଟି-୨୦ ଓ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ଏହା ବାଦ୍ ଭାରତକୁ ଅଷ୍ଟ୍ରେଲିଆ, ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ ଖେଳିବାକୁ ପଡିବ ।
ଭାରତ ବନାମ ଦକ୍ଷିଣ ଆଫ୍ରିକା ପୂରା ସିଡ୍ୟୁଲ
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମେ ଦିନିକିଆ ସିରିଜ୍ ଖେଳାଯିବ । ଏହି ତିନି ରାଞ୍ଚି, ରାୟପୁର ଓ ଭାଇଜାକରେ ଖେଳାଯିବ । ଏହା ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ । ସିରିଜର ଶେଷ ମ୍ୟାଚ୍ ଡିସେମ୍ବର ୧୯ରେ ଖେଳାଯିବ ।
ପ୍ରଥମ ଦିନିକିଆ- ନଭେମ୍ବର ୩୦, ରାଞ୍ଚି
ଦ୍ୱିତୀୟ ଦିନିକିା- ଡିସେମ୍ବର ୩, ରାୟପୁର
ତୃତୀୟ ଦିନିକିଆ- ଡିସେମ୍ବର ୬, ଭାଇଜାକ
ପ୍ରଥମ ଟି-୨୦- ଡିସେମ୍ବର ୯, କଟକ
ଦ୍ୱିତୀୟ ଟି-୨୦- ଡିସେମ୍ବର ୧୧, ନାଗପୁର
ତୃତୀୟ ଟି-୨୦-ଡିସେମ୍ବର ୧୪, ଧର୍ମଶାଳା
ଚତୁର୍ଥ ଟି-୨୦- ଡିସେମ୍ବର ୧୭, ଲଖନଉ
ପଞ୍ଚମ ଟି-୨୦- ଡିସେମ୍ବର ୧୯, ଅହମ୍ମଦାବାଦ