ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏହି ମୁକାବିଲା ଚେନ୍ନାଇର ଚେପକ ଅର୍ଥାତ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଉଭୟ ଦଳ ବିଜୟ ସହ ଆଇପିଏଲ୍ ୨୦୨୫ର ଶୁଭାରମ୍ଭ କରିଛନ୍ତି । ଚେନ୍ନାଇ ଓ ବେଙ୍ଗାଲୁରୁ ଯେବେ ବି ମୁହାଁମୁହିଁ ହୁଅନ୍ତି ରୋମାଞ୍ଚ ଚରମରେ ପହଞ୍ଚିଥାଏ । ଆଜି ବି ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ ।
ହେଡ୍ ଟୁ ହେଡ୍ ମୁକାବିଲା ଦେଖିଲେ ସିଏସକେର ଆରସିବି ବିପକ୍ଷରେ ପଲ୍ଲା ଭାରି ରହିଛି । ଚେନ୍ନାଇ ବେଙ୍ଗାଲୁରୁ ବିରୋଧରେ ୨୧ଟି ମ୍ୟାଚ୍ ଜିତିଥିବା ବେଳେ ବେଙ୍ଗାଲୁରୁ କେବଳ ୧୧ଟି ମ୍ୟାଚ୍ ଜିତିଛି । ଦୁଇ ଦଳର ଗତ ୫ଟି ମ୍ୟାଚ୍ ଉପରେ ନଜର ପକାଇଲେ ଚେନ୍ନାଇ ୩-୨ରେ ଆଗରେ ରହିଛି ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଚେପକ ଷ୍ଟାଡିୟମରେ ରେକର୍ଡ ଅତ୍ୟନ୍ତ ଦୟନୀୟ ରହିଛି । ବିରାଟ କୋହଲିଙ୍କ ଆରସିବି ୨୦୦୮ରୁ ଏଠାରେ ଚେନ୍ନାଇ ବିପକ୍ଷରୋ ଗୋଟିଏ ହେଲେ ମ୍ୟାଚ୍ ଜିତିନି । ଏଠାକାର ପିଚ୍ ସର୍ବଦା ସ୍ପିନରଙ୍କୁ ବେଶ ସୁହାଇ ଆସିଛି । ତେଣୁ ଚେପକରେ ବଡ ସ୍କୋର ଦେଖିବାକୁ ମିଳି ନ ଥାଏ । ଚେନ୍ନାଇ ଏଠାରେ ତିନି ସ୍ପିନର ସହ ମଇଦାନକୁ ଓହ୍ଲାଇଥାଏ । ଆରସିିବି ପାଖରେ ମଧ୍ୟ ସ୍ପିନରଙ୍କ ୪ ବିକଳ୍ପ ରହିଛି.
ଦୁଇ ଦଳର ସମ୍ଭାବିତ ଏକାଦଶ
ଆରସିବି- ବିରାଟ କୋହଲି, ଫିଲ ସଲ୍ଟ(ୱିକେଟ୍ କିପର), ଦେବଦତ୍ତ ପାଡିକଲ, ରଜତ ପାଟିଦାର(ଅଧିନାୟକ), ଲିୟାମ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା(ୱିକେଟ୍ କିପର), ଟିମ୍ ଡେଭିଡ, କୃଣାଲ ପାଣ୍ଡ୍ୟା, ରଶିଖ ଡାର, ୟଶ ଦୟାଲ, ଜୋଶ ହେଜେଲଉଡ ଓ ସୁୟଶ ଶର୍ମା ।
ସିଏସକେ
ରାହୁଲ ତ୍ରିପାଠୀ, ରଚିନ ରବୀନ୍ଦ୍ରନ, ଋତୁରାଜ ଗାଏକ୍ୱାଡ(ଅଧିନାୟକ), ଶିବମ ଦୁବେ, ଦୀପକ ହୁଡ୍ଡା, ରବୀନ୍ଦ୍ର ଜାଡେଜା, ସାମ କରନ, ଏମଏସ ଧୋନୀ(ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ନାଥନ ଏଲିସ, ନୂର ଅହମ୍ମଦ ଓ ଖଲିଲ ଅହମ୍ମଦ ।