ଭୁବନେଶ୍ୱର: ଆଜି ମୁହାଁ ମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଚିଦମ୍ବରମ ଷ୍ଟାଡିଅମରେ ଆଜି ବେଙ୍ଗାଳୁରୁ ଓ ଚେନ୍ନାଇର କଡ଼ା ଟକ୍କର ଦେଖିବାକୁ ମିଳିବ । ଆଇପିଏଲ ଇତିହାସର ସବୁଠାରୁ ସଫଳ ଦଳ ଚେନ୍ନାଇ ନିଜର ଅନ୍ୟତମ ପ୍ରତିଦ୍ବନ୍ଦୀ ମୁମ୍ବାଇ ଇଂଡିଆନ୍ସକୁ ହରାଇ ନିଜର ବିଜୟ ଯାତ୍ରା ଆରମ୍ଭ କରିଥିଲା । ବେଙ୍ଗାଳୁରୁ ମଧ୍ୟ ନିଜ ହୋମ ଗ୍ରାଉଣ୍ଡ ଇଡେନ ଗାର୍ଡେନରେ ଆଇପିଏଲର ପ୍ରଥମ ଉଦ୍ଘାଟନୀ ମ୍ୟାଚରେ ପୂର୍ବ ସିଜନର ବିଜେତା କୋଲକାତାକୁ ହରାଇସାରିଛି । ଆଜି ଉଭୟ ଦଳ ନିଜର ଦ୍ଵିତୀୟ ମ୍ୟାଚରେ ବିଜୟଲାଭ କରିବାକୁ ଲକ୍ଷ୍ୟ ରଖି ପ୍ରସ୍ତୁତି କରିସାରିଛନ୍ତି ।
ଋତୁରାଜଙ୍କ ନେତୃତ୍ୱାଧୀନ ଚେନ୍ନାଇ ଓ ରଜତ ପାଟିଦାରଙ୍କ ନେତୃତ୍ୱାଧୀନ ବାଙ୍ଗାଲୋରଙ୍କ ମଧ୍ୟରେ ଏହି କଡ଼ା ଟକ୍କରରେ ଚେନ୍ନାଇ ମୁଖ୍ୟତଃ ନିଜର ପ୍ଲେଇଂ ଏକାଦଶରେ କୌଣସି ବ୍ୟାପକ ପରିବର୍ତନ କରିବ ନାହିଁ । ବେଙ୍ଗାଲୁରୁ ପକ୍ଷରୁ ସ୍ୱିଂ କିଙ୍ଗ ଭୁବନେଶ୍ୱର କୁମାରଙ୍କୁ ଦଳ ପାଇଁ ପ୍ରଥମେ ବୋଲିଂ କରିବାକୁ ଦେଖିବାକୁ ମିଳିପାରେ । ଜଣେ ଅତିରିକ୍ତ ସ୍ପିନର ପାଇଁ ମୋହିତ ରାଠି କିମ୍ବା ସ୍ୱପ୍ନିଲ ସିଂ ଦାବିଦାର ହେବେ ।
ଚେନ୍ନାଇର ପ୍ଲେଇଂ ଏକାଦଶରେ ଋତୁରାଜ ଗାଇକୱାର୍ଡ (କ୍ୟାପଟେନ), ରଚିନ ରବୀନ୍ଦ୍ର, ଦୀପକ ହୁଡ଼ା, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ସାମ କରନ, ଏମଏସ ଧୋନି(ୱାକ), ରବିଚନ୍ଦ୍ରନ ଅଶ୍ଵିନ, ନୁର ଅହମ୍ମଦ, ନାଥନ ଏଲିସ ଓ ଖଲିଲ ଅହମ୍ମଦ ପ୍ରଭୃତି ମୈଦାନକୁ ଓଲ୍ହାଇବେ । ଅନ୍ୟପଟେ ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି, ଫିଲିପ ସ୍ଲଟ, ରଜତ ପାଟିଦାର, ଲିଅମ ଲିଭିଂଷ୍ଟୋନ, ଜୀତେଶ ଶର୍ମା(ୱାକ), ଟିମ ଡେଭିଡ଼, କରୁଣାଳ ପାଣ୍ଡ୍ୟା, ସ୍ୱପ୍ନିଲ ସିଂ, ସୂୟଶ ଶର୍ମା, ଜୋଶ ହେଜେଲଉଡ଼, ୟଶ ଦୟାଲ ପ୍ରମୁଖ ପ୍ଲେଇଂ ଏକାଦଶରେ ଦଶମୀଲ ହେବେ ।