ହରାରେ: ଭାରତ ଓ ଜିମ୍ବାମ୍ବେ ମଧ୍ୟରେ ଆଜିଠାରୁ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏହି ଶୃଙ୍ଖଳା ପାଇଁ ଭାରତ ତରଫରୁ ଯୁବ କ୍ରିକେଟର ଶୁବମନ ଗିଲ୍ ମଙ୍ଗୁଆଳ ସାଜିଛନ୍ତି। ଭାରତୀୟ ସମୟ ଅପରାହ୍ଣ ସାଢ଼େ ୪ଟାରେ ହରାରେ ସ୍ଫୋର୍ଟସ କ୍ଲବରେ ଏହି ମ୍ୟାଚ୍ ଖେଳାଳିବ। ଭାରତୀୟ ଟିମ୍ରେ ଟି-୨୦ ବିଶ୍ବକପ୍ ଚାମ୍ପିଅନ ଟିମ୍ର ଅଭିଜ୍ଞ ଖେଳାଳି ନାହାନ୍ତି। ତେଣୁ ଟିମ୍ ଇଣ୍ଡିଆ ଯୁବ ଖେଳାଳିଙ୍କୁ ଏଥର ପଡ଼ିଆକୁ ଓହ୍ଲାଇଛି। ତେବେ ଭାରତୀୟ ଟିମ୍ରେ ଯେଉଁ ସବୁ ଖେଳାଳି ଅଛନ୍ତି, ସମସ୍ତେ ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ) ଖେଳିସାରିଛନ୍ତି। ତେଣୁ ଜିମ୍ବାୱେ ବିପକ୍ଷ ଶୃଙ୍ଖଳା ପାଇଁ ରଣନୀତି ପ୍ରସ୍ତୁତ କରିସାରିଛନ୍ତି।
ହରାରେ କ୍ରିକେଟ୍ ଷ୍ଟାଡିୟମରେ ୫୦ ଟି-୨୦ ମ୍ୟାଚ ଖେଳାଯାଇଛି। ସେଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୨୯ ଥର ମ୍ୟାଚ ଜିତିଛି ଏବଂ ବିଜୟ ଲକ୍ଷ୍ୟକୁ ଅନୁସରଣ କରୁଥିବା ଦଳ ୨୦ ଥର ବିଜୟୀ ହୋଇଛି। ଏଠାରେ ପ୍ରଥମ ଇନିଂସର ହାରାହାରି ସ୍କୋର ହେଉଛି ୧୫୨ ରନ୍। ଗୋଟିଏ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ସର୍ବାଧିକ ୨୨୯ ସ୍କୋର କରିଥିଲା। ହରାରେ ପିଚରେ ଦ୍ୱିତୀୟ ଇନିଂସର ହାରାହାରି ସ୍କୋର ୧୩୦ ରନ୍ ରହିଛି। ଦ୍ୱିତୀୟ ଇନିଂସର ସର୍ବାଧିକ ସ୍କୋର ହେଉଛି ୧୯୪ ରନ୍। ୨୦୦ ରନ ଚେଜ କରିବା ଏହି ଗ୍ରାଉଣ୍ଡରେ ସହଜ ହୋଇଥାଏ । ହରାରେ ସ୍ପୋର୍ଟସ କ୍ଲବ ପିଚ ଉଭୟ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ପାଇଁ ସହାୟକ ହୋଇଥାଏ। ଦ୍ରୁତ ବୋଲରମାନେ ମ୍ୟାଚରେ ପ୍ରଥମେ ସାହାଯ୍ୟ ପାଆନ୍ତି । କିନ୍ତୁ ଦ୍ଵିତୀୟ ଇନିଂସରେ ପିଚ୍ରେ ବେଶୀ ପରିବର୍ତ୍ତନ ହୁଏ ନାହିଁ।
ସୂଚନାଯୋଗ୍ୟ, ଜିମ୍ବାୱେ ଗସ୍ତରେ ଥିବା ଭାରତୀୟ ଟିମ୍ ୫ଟି ଟି-୨୦ ମ୍ୟାଚ ଖେଳିବ। ଶୃଙ୍ଖଳାର ପ୍ରଥମ ମୁକାବିଲା ଆଜି ଖେଳାଯାଉଛି। ବାକି ମ୍ୟାଚଗୁଡ଼ିକ ଜୁଲାଇ ୭, ୧୦, ୧୩ ଓ ୧୪ ତାରିଖରେ ଖେଳାଯିବ। ସମସ୍ତ ମ୍ୟାଚ୍ ହରାରେ ସ୍ଫୋର୍ଟସ କ୍ଲବରେ ଖେଳାଯିବ।
ସମ୍ଭାବିତ ଭାରତୀୟ ଟିମ୍: ଶୁବମନ ଗିଲ (ଅଧିନାୟକ), ଋତୁରାଜ ଗାଏକ୍ବାର୍ଡ, ଅଭିଷେକ ଶର୍ମା, ରିୟାନ ପରାଗ, ଧ୍ରୁବ ଜୁରେଲ (ୱିକେଟକିପର), ରିଙ୍କୁ ସିଂହ, ୱାଶିଂଟନ ସୁନ୍ଦର, ଆବେସ ଖାନ, ମୁକେଶ କୁମାର, ଖଲିଲ ଅହମଦ, ରବି ବିଶ୍ଲୋୟୀ, ସାଈ ସୁଦର୍ଶନ, ଜିତେଶ ଶର୍ମା, ତୁଷାର ଦେଶପାଣ୍ଡେ, ହର୍ଷିତ ରାନା
ସମ୍ଭାବିତ ଜିମ୍ବାୱେ ଟିମ: ତାଡିୱାଶେ ମରୁମାନି, ସିକିନ୍ଦର ରାଜା (ଅଧିନାୟକ), ଜୋନାଥନ କ୍ୟାମ୍ପବେଲ, କ୍ଲାଇଭ ମଦାଣ୍ଡେ (ୱିକେଟକିପର), ଇନୋସେଣ୍ଟ କାଇଆ, ୱିସଲି ମଧବୀରା, ଲୁକେ ଜଙ୍ଗୱେ, ୱିଲିଂଟନ ମାସ୍କଡାଜା, ବ୍ଲେସିଂ ମୁଜାରବାନୀ, ରିଚାର୍ଡ ନାଗର୍ଭା, ତେଣ୍ଡାଇ ଛତ୍ରା, ବ୍ରାଣ୍ଡନ ମାଭୁତା, ଦିଅନ ମେୟରର୍ସ, ଫାରଜ ଆକ୍ରମ, ଆନ୍ତୁମ ନକଭି