ଖବର ଓଡ଼ିଶା: ପ୍ୟାରିସ ଅଲିମ୍ପିକ୍ସରୁ ଭାରତ ପାଇଁ ପୁଣି ନୈରାଶ୍ୟଜନକ ଖବର ଆସିଛି । ୧୦ ମିଟର ଏୟାର ରାଇଫଲ ଇଭେଣ୍ଟ ଫାଇନାଲରେ ଭାରତୀୟ ସୁଟର ଅର୍ଜୁନ ବବୁତା ପଦକରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେ ୨୦୮.୪ ସ୍କୋର କରି ଚତୁର୍ଥ ସ୍ଥାନରେ ରହିଛନ୍ତି ।
ପ୍ୟାରିସ୍ ଅଲିମ୍ପିକ୍ସର ୧୦ ମିଟର ଏୟାର ରାଇଫଲର ଫାଇନାଲ ରାଉଣ୍ଡରେ ଭାରତୀୟ ସୁଟର ଅର୍ଜୁନ ବବୁତା ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ । ସେ ତାଙ୍କ ନାମ ଅନୁଯାୟୀ ଭଲ ପ୍ରଦର୍ଶନ କରୁଥିଲେ । 'ଅର୍ଜୁନ' ପରି ସେ କ୍ରମାଗତ ଭାବରେ ନିଜ ଲକ୍ଷ୍ୟ ଭେଦୁଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ସାମାନ୍ୟ ଭୁଲ ପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି । ଫଳରେ ସେ ଅଲିମ୍ପିକ ମେଡାଲ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେ ଦୀର୍ଘ ସମୟ ଧରି ଟପ୍ -୩ରେ ରହିଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଲକ୍ଷ୍ୟ ବିଚ୍ୟୁତ ହୋଇଥିଲେ । ସେ ୨୦୮.୪ ସ୍କୋର କରି ଚତୁର୍ଥ ସ୍ଥାନରେ ରହିଛନ୍ତି । ବ୍ରୋଞ୍ଜ ପଦକ ବିଜେତା ସୁଟରଙ୍କ ସ୍କୋର ୨୦୯.୩ ଥିଲା । ଅର୍ଜୁନ ମାତ୍ର ୧.୧ ସ୍କୋର ଅନ୍ତରରେ ବ୍ରୋଞ୍ଜ ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି ।
ତେବେ ଇଭେଣ୍ଟର ସ୍ୱର୍ଣ୍ଣ ପଦକ ଚାଇନାର ୧୯ ବର୍ଷ ବୟସ୍କ ସୁଟର ଏଲ୍. ଏଚ୍ ସେଙ୍ଗ୍ ଙ୍କ ନିକଟକୁ ଯାଇଛି । ସିଏ ୨୫୨.୨ ସ୍କୋର ସହିତ ଏକ ନୂତନ ଅଲିମ୍ପିକ୍ ରେକର୍ଡ ସୃଷ୍ଟି କରିଛନ୍ତି । ସେହିପରି ସ୍ୱିଡେନ୍ର ଖେଳଳୀ ରୌପ୍ୟ ଜିତିଥିବା ବେଳେ କ୍ରୋଆଟିଆ ସୁଟର ବ୍ରୋଞ୍ଜ ନେଇଛନ୍ତି ।
ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ ୨୦୦୮ ବେଜିଂ ଅଲିମ୍ପିକ୍ସରେ ଅଭିନବ ବିନ୍ଦ୍ରା ଏହି ଇଭେଣ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।