ଆଜି ପବିତ୍ର ନାଗଚତୁର୍ଥୀ ଓଷା । ଆଜିର ଦିନରେ ନାଗଦେବତାଙ୍କୁ ପୂଜା କରାଯାଏ । ନାଗଦେବତାଙ୍କୁ ପୂଜା କଲେ ରୋଗ,ବ୍ୟାଧିରୁ ମୁକ୍ତି ମିଳିବା ସହିତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ ରହିଛି । ବହୁପ୍ରାଚୀନକାଳରୁ ବିଭିନ୍ନ ଜୀବ ଜନ୍ତୁମାନଙ୍କୁ ପୂଜାକରିବା ପରମ୍ପରା ରହିଆସିଛି । ଗୋମାତା ହିନ୍ଦୁ ଜାତିର ନମସ୍ୟ ଓ ଗୋମାତାଙ୍କ ଦେହରେ ସମସ୍ତ ଦେବା ଦେବୀ ବାସ କରି ଥାନ୍ତି ବୋଲି ବିଶ୍ବାସ ରହିଛି । ବୃଷଭ ଦେବଦେବ ମହା ଦେବଙ୍କ ବାହନ ଓ ପୂଜ୍ୟ । ସେମିତି ସର୍ପ ବା ନାଗ ଦେବତା ପୂଜାର ପରମ୍ପରା ଆମର ବହୁ ଶାସ୍ତ୍ର ଓ ପୁରାଣମାନଙ୍କରେ ଦେଖାଯାଏ ଓ ଏହି ପରମ୍ପରାରେ ଗୋଟିଏ ପୂଜା ହେଲା କାର୍ଭିକ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ନାଗ ଦେବତାଙ୍କ ପୂଜା । ଏହା ନାଗ ବା ନାଗଲ ଚତୁର୍ଥୀ ଭାବେ ପରିଚିତ । ନାଗପୁଜନ ହିନ୍ଦୁନାରୀମାନଙ୍କ ଅନ୍ୟତମ ପ୍ରଧାନ ବ୍ରତ । ଏହି ବ୍ରତ ପ୍ରଚଳିତହେବା ପଛରେ ସୁନ୍ଦର କିମ୍ବଦନ୍ତୀଟିଏ ଅଛି ।
ବହୁଦିନ ତଳେ ଅବନ୍ତୀ ଦେଶରେ ଜଣେ ସାଧବ ବାସ କରୁଥିଲେ ।ସାଧବଙ୍କର ସାତ ପୁଅ ଓ ସାତ ବୋହୁ ଥିଲେ । ସାଧବ ବଡ଼ ଛଅ ବୋହୁଙ୍କୁ ବହୁତ ଆଦର ସ୍ନେହ କରନ୍ତି । କିନ୍ତୁ ସାନ ବୋହୂକୁ ଆଦୌ ଭଲ ପାଏନାହିଁ । ଦିନେ ନାଗନାଗୁଣିଙ୍କ ସାତ ପୁଅ ନଦୀରେ ଗଡ଼ିଶା ମାଛ ହୋଇ ଖେଳୁଥିଲେ । ଏହି ସମୟରେ ସାଧବ ନଦୀକୁ ସ୍ନାନ କରିବାକୁ ଯାଇଥିଲେ ଏବଂ ସାତଟି ଯାକ ମାଛ ଧରି ଆଣି ସାନ ବୋହୂକୁ ରୋଷେଇ କରିବାକୁ ଦେଲା । ସାନ ବୋହୁ ସେହି ମାଛ ଗୁଡିକୁ ଏରୁଣ୍ଡିବନ୍ଧ ପାଖରେ ରଖିଦେଲା ଓ ରୋଷେଇ କରିବାକୁ ପାସୋରି ଗଲା । ଏବଂ ଚାରି ପାଞ୍ଚ ଦିନ ପରେ ତାର ମାଛ କଥା ମନେପଡ଼ିଲା । ସେତେବେଳକୁ ମାଛ ଛୁଆ ଗୁଡିକ ସାପ ଛୁଆ ପାଲଟି ଯାଇଥିଲେ । ଏହାଦେଖି ସାନବୋହୁ ସାପଛୁଆ ଗୁଡ଼ିକୁ ଆଣି ରୋଷେଇ ଘରେ ରଖିଲା । ସେମାନଙ୍କୁ ପୋଷିଲା ଓ ଅଳ୍ପଦିନ ଭିତରେ ଛୁଆ ଗୁଡ଼ିକ ବଢ଼ି ଗଲେ । ପରେ ସାନ ବୋହୁ ସେମାନଙ୍କୁ ନେଇ ଗୋଟିଏ ଉଈ ହୁଙ୍କା ପାଖରେ ଛାଡ଼ି ଦେଇ ଆସିଲା । ଏବଂ ସେହି ସାପ ଛୁଆ ଗୁଡ଼ିକ ବଡ଼ ହୋଇ ପାତାଳ ପୂରୀକୁ ନିଜ ବାପ ମାଆ ନାଗନାଗୁଣୀଙ୍କ ପାଖକୁ ଚାଲିଗଲେ ଓ ନାଗ ନାଗୁଣୀ ହଜି ଯାଇଥିବା ଛୁଆ ମାନଙ୍କୁ ପାଇ ବଡ଼ ଆନନ୍ଦ ହେଲେ ଓ ଛୁଆମାନେ ତାଙ୍କର ପୂର୍ବ କଥା ଓ ସାଧବ ସାନବୋହୂ କଥା ବପା ମାଆଙ୍କୁ କହିଲେ ।
ସାନ ବୋହୁ ସେମାନଙ୍କୁ ପାଳି ଥିବାରୁ ତାକୁ ସେମାନେ ଧରମ ଭଉଣୀ କରିଛନ୍ତି ବୋଲି କହିଲେ । କିଛି ଦିନ ପରୋ ନାଗ ଛୁଆମାନଙ୍କର ତାଙ୍କ ଧରମ ଭଉଣୀ କଥା ମନେ ପଡିଲା ଓ ନାଗଛୁଆମାନେ ବହୁ ପ୍ରକାର ଉପହାର ମାନ ଧରି ଧରମ ଭଉଣୀ ସେହି ସାଧବ ବୋହୂକୁ ସଙ୍ଖାଳିବା ପାଇଁ ଆସିଲେ ଓ ସାନବୋହୁ ଧରମ ଭାଈ ମାନଙ୍କୁ ଦେଖ୍ ବହୁତ ଖୁସୀ ହେଲା ଓ ନାଗ ଭାଇମାନେ ଧରମଭଉଣୀ ସାନବୋହୁକୁ ଖୁସିରେ ସବାରୀରେ ବସାଇ ପାତାଳପୁରକୁ ଘେନିଗଲେ ଓ ସାଧବବୋହୁ ପାତାଳପୁରରେ ମହାସୁଖରେ ରହି କ୍ରମେ ନିଜ ଘରକଥା ଭୁଲିଗଲା ଓ ଦିନେ ପାତାଳ ପୁରରେ ସେ ଗୋଟିଏ ଘରଖୋଲି ଦେଖେତ ସେ ଘରେ ବିଷଧର ସାପମାନେ ଫଫ ହୋଇ ଫୁତ୍କାର କରୁଛନ୍ତି କ୍ଷ ନାଗ ଓ ନାଗମାତାଙ୍କୁ ପଚାରି ଜାଣିଲା ଏହି ଫୁତ୍କାର କରୁଥିବା ସର୍ପ ମାନେ ସଂସାରରେ ଅସତ୍ୟ, ଅନ୍ୟାୟ, ଅନୀତି, ଅନାଚାର କରୁଥିବା ଲୋକମାନଙ୍କୁ ଦଂଶନ କରନ୍ତି କ୍ଷ ସେ ସର୍ପମାନଙ୍କୁ ନିଷ୍ଠାର ସହ ପୂଜା କଲେ ସେମାନଙ୍କ ଠାରୁ ବର ଲାଭ କରି ମନୁଷ୍ୟ ସୁଖ ଶାନ୍ତି ଧନ, ଜନ,ଗୋପ, ଲକ୍ଷ୍ମୀ ଯୁକ୍ତ ହୋଇଥାଏ ଓ କିଛି ଦିନ ପରେ ସାଧବ ବୋହୁକୁ ସେ ନାଗ ଭାଈ ମାନେ ନାଗ ଲୋକରୁ ନେଇ ତା ନିଜ ଘରେ ଛାଡି ଦେଇ ଆସିଲେ ଓ ସାନ ବୋହୁ ଘରକୁ ଆସି ନାଗ ଲୋକରେ ଶୁଣି ଆସିଥିବା କଥା ଅନୁଯାୟୀ ନାଗ ମାନଙ୍କ ପୂଜା ଆରମ୍ଭ କଲା ଓ କାର୍ତ୍ତିକ ଶୁକ୍ଳଚତୁର୍ଥୀ ଦିନ ସେ ନାଗପୂଜା କରି ଥୁବାରୁ ସେହିଦିନଠାରୁ ଏ ନାଗ ପୂଜାର ପ୍ରଚଳନ ହୋଇଛି ଓ ସନ୍ତାନ ଏବଂ ଐଶ୍ବର୍ୟ୍ୟପ୍ରାପ୍ତି କାମନା କରି ମହିଳା ମାନେ ଏହି ନାଗଚତୁର୍ଥୀ ବ୍ରତ ପାଳନ କରିଥାନ୍ତି
ଓ ସାଧାରଣତଃ କିଛି ମହିଳା ଏକତ୍ରିତ ହୋଇ ଏହି ବ୍ରତକୁ ଏକ ଓଷାଭାବେ ପାଳନ କରିଥାନ୍ତି । ଏହି ପୂଜାରେ ପୁରୋହିତ ତମ୍ବା, ପିତଳ, ସୁନା, ରୁପା ଇତ୍ୟାଦି ଧାତୁ ନିର୍ମିତ ନାଗ ମାନଙ୍କୁ ହଳଦୀ ପାଣିରେ ସ୍ନାନ କରାଇ ଆସ୍ଥାନ ଉପରେ ନୂତନବସ୍ତ୍ର ଉପରେ ସ୍ଥାପନ କରିଥାନ୍ତି ଓ ସର୍ପ ମାନଙ୍କୁ ଫୁଲ ଚନ୍ଦନ ସିନ୍ଦୁର ଲଗାଇ ବେଶ କରାଯାଏ ଓ ଆସ୍ଥାନ ନିକଟରେ ଉଈହୁଙ୍କା ଖଣ୍ଡେ ରଖ୍ ତାକୁ ଚନ୍ଦନ, ସିନ୍ଦୁର, ଫୁଲ ଦେଇ ସଜାଇ ଦିଆଯାଏ ଓ ପୁରୋହିତ ପୂଜାକରି,ଭୋଗ ଲଗାଇ ନାଗ ଚତୁର୍ଥୀ ମାହାତ୍ମ୍ୟ ପାଠ କରନ୍ତି ଓ ଏହି ପୂଜା ସାଧାରଣତଃ ଅପରାହ୍ନ ସମୟରେ କରା ଯାଇ ଥାଏ ଓ କେତେକ ସ୍ଥାନରେ ଏହି ପୂଜା ଉଈହୁଙ୍କା ପାଖରେ କରାଯାଏ । ବିଶ୍ୱାସ ରହିଛି ଯେ ଏହି ଯେଉଁମାନେ ଏହି ଓଷା କରନ୍ତି ସେମାନଙ୍କୁ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ' ।