ଭୁବନେଶ୍ୱର : ଆମେ ସୁସ୍ଥ ରହିଲେ ଆମକୁ ସବୁ କାମ କରିବାକୁ ଇଛା ହୋଇଥାଏ। ଏପରିକି ଆମକୁ ପ୍ରତ୍ୟକ ଦିନ ସୁସ୍ଥ ରହିବାକୁ ହେଲେ ଉତ୍ତମ ଏବଂ ପୋଷକଯୁକ୍ତ ଖାଦ୍ୟ ଆମକୁ ସେବନ କରିବାକୁ ପଡିବ। ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକେ ପ୍ରାୟତଃ ବାହାରୁ କିମ୍ବା ଅନଲାଇନ୍ ଅଡର୍ କରି ଖାଇଦେଇଥାଆନ୍ତି। ଯାହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଏହି ସବୁ ଅସ୍ବାସ୍ଥ୍ୟକର ଖାଦ୍ୟଠାରୁ ଦୂରେଇ ରହିବା ନିତ୍ୟାନ୍ତ ଆବଶ୍ୟକ। ଏହାସହିତ ସୁସ୍ଥ ରହିବାକୁ ହେଲେ ସବୁଜ ପନିପରିବାଠାରୁ ଆରମ୍ଭ କରି ଫଳମୂଳ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ଆମ ଶରୀର ପାଇଁ ଜରୁରୀ।
ତେବେ ଆମେ ଖାଉଥିବା ସମସ୍ତ ପରିବାରେ କିଛି ନା କିଛି ପୋଷକ ତତ୍ତ୍ବ ରହିଛି। ଯାହା ଆମକୁ ଅନେକ ରୋଗରୁ ଉପଶମ ଦେଇଥାଏ। ସେହି ସବୁ ମଧ୍ୟରୁ କାଙ୍କଡ଼ ହେଉଛି ଏକ ପୋଷାକ ତତ୍ତ୍ବ ଅନ୍ୟତମ। ଏହାକୁ ଖାଇବା ଦ୍ୱାରା ଆମ ଶରୀରକୁ ଉପଯୁକ୍ତ ପୁଷ୍ଟିସାର ଯୋଗାଇଥାଏ। କାଙ୍କଡ଼ ଏପରି ଏକ ପରିବା ଯାହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। କାଙ୍କଡ଼ ଖାଇବା ଦ୍ବାରା ବ୍ଲଡ଼ ସୁଗାରର ମାତ୍ରା ନିୟନ୍ତ୍ରିତ ରହିଥାଏ। ଯାହା ଡାଇବେଟିସ୍ ରୋଗୀଙ୍କ ବେଷ୍ଟ ହୋଇଥାଏ।
ଏଥିସହ କାଙ୍କଡ଼ରେ ଡାଇଡ଼୍ରି ଫାଇଭର ମାତ୍ରାରେ ଭରପୁର ରହିଥାଏ। ଏହି ପରିବା ପାଚନକ୍ରିୟାକୁ ସକ୍ରିୟ କରିବା ସହ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ଯାର ସମାଧାନ କରିଥାଏ। ଏତିକି ନୁହେଁ ବରଂ ମୋଟାପଣ କମାଇବାରେ ଖୁବ୍ ସାହାଯ୍ୟ କରିଥାଏ। ସେଥିପାଇଁ ଡ଼ାଏଟ କରୁଥିବା ବ୍ୟକ୍ତି ନିଜ ଖାଇବା ଲିଷ୍ଟରେ ଏହି ପରିବା ନିଶ୍ଚିତ ଭାବେ ସାମିଲ କରିବା ଆବଶ୍ୟକ। ତେବେ ଏହାକୁ ଛୋଟ ବଡ ସମସ୍ତେ ନିଜ ସ୍ୱାସ୍ଥ୍ୟ ପାଇଁ ବ୍ୟବହାର କରିପାରିବେ।