ଭୁବନେଶ୍ୱର : ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖକୁ ସାରା ବିଶ୍ୱରେ ବିଶ୍ୱ ଖାଦ୍ୟ ଦିବସ ରୂପେ ପାଳିତ ହୋଇଥାଏ। ନଭେମ୍ବର ୧୯୭୯ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସଦସ୍ୟ ରାଷ୍ଟ୍ରମାନଙ୍କଦ୍ୱାରା ଏହି ସଂଗଠନର ୨୦ତମ ସମ୍ମିଳନୀରେ ଏହି ଦିବସ ପାଲନ କରିବା ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ମିଳିତ ଜାତିସଂଘ ଦ୍ୱାରା ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିବସକୁ ପାଳନ କରାଯାଉଛି। ଖାଦ୍ୟ ଏବଂ କୃଷି ଦାରିଦ୍ର୍ୟ ଜନିତ ସମସ୍ୟା ତଥା ଏହାର ନିରାକରଣ ସମ୍ପର୍କରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ।
ବିଶ୍ୱରୁ ଖାଦ୍ୟ ସମସ୍ୟା କରିବା ସହିତ ସମସ୍ତଙ୍କ ନିକଟରେ ଆହାର ଯୋଗାଇବା ପାଇଁ ପ୍ରୟାସ କରିବା ପାଇଁ ବିଭିନ୍ନ ଯୋଜନା ମଧ୍ୟ କରାଯାଇଥାଏ। ଏହାସହ ଲୋକଙ୍କୁ ଜାଗୃତ କରିବା। ବିଶ୍ୱ ଖାଦ୍ୟ ଦିବସ ୧୯୮୧ରେ ପ୍ରଥମ ଥର ପାଳନ କରାଯାଇଥିଲା। ପୃଥିବୀରେ ଅଧିକାଂଶ ଲୋକେ ସଠିକ ସମୟରେ ଖାଦ୍ୟ ନ ପାଇବାରୁ ସେମାନଙ୍କ ମୃତ୍ୟୁ ହୋଇଥାଏ। ଏହାସହ ଏଭଳି ମଧ୍ୟ ଅଧିକାଂଶ ସମୟରେ ଦେଖାଯାଇଥାଏ ଅନେକ ଲୋକଙ୍କୁ ସଠିକ ସମୟରେ ଖାଦ୍ୟ ମିଳିଥାଏ, ମାତ୍ର ସେମାନେ ଖାଦ୍ୟ ଅଧା ଖାଇ ଫିଙ୍ଗିଥାନ୍ତି। ତେଣୁ କୁହାଯାଏ ଯେତିକି ଖାଦ୍ୟ ଖାଇବେ ସେତିକି ହିଁ ନେବା ଉଚିତ। ଖାଦ୍ୟ ଆଦୌ ନଷ୍ଟ କରିବା ଉଚିତ ନୁହେଁ।
ତେବେ ଖାଦ୍ୟ ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ତେଣୁ ଲୋକଙ୍କୁ ଭୋକରୁ ରକ୍ଷା କରିବାକୁ ଏହି ଦିନ ପାଳନ କରାଯାଇଥାଏ। ଏହି ଦିନ ବିଭିନ୍ନ ସଚେତନା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଯାହାଦ୍ୱାରା ବିିଭିନ୍ନ ପ୍ରକାର ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରିତ ହେବା ସହ ଭୋକ କାରଣରୁ କାହାର ମଧ୍ୟ ମୃତ୍ୟୁ ନ ହେଉ ସେଥିପ୍ରତି ଦୃଷ୍ଟି ପ୍ରଦାନ କରାଯାଇଥାଏ। ପ୍ରତିବର୍ଷ ବିଶ୍ୱ ଖାଦ୍ୟ ଦିବସ ଏକ ସ୍ବତନ୍ତ୍ର ବାର୍ତ୍ତା ବହନ କରିଥାଏ। ଏହାସହିତ ସମସ୍ତ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଏହି ଦିବସକୁ ବେଶ ଧୂମଧାମରେ ପାଳନ କରାଯାଇଥାଏ।