ପ୍ରତ୍ୟକ ଦିନ ସୁସ୍ଥ ରହିବାକୁ ହେଲେ ଉତ୍ତମ ଏବଂ ପୋଷକଯୁକ୍ତ ଖାଦ୍ୟ ଆମକୁ ସେବନ କରିବାକୁ ପଡିବ। ତେବେ କେବଳ ଫଳ କିମ୍ବା ପନିପରିବା ନୁହେଁ ଆମ ରୋଷେଇ ଘରେ ଏପରିକି ଅନେକ ଜିନିଷ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ କିନ୍ତୁ ଆମେ ସେହି ସବୁ ସମ୍ପର୍କରେ ଜାଣିନଥାଉ। ଆମେ କେବଳ ଭାବୁ ଯେ ସେସବୁ କେବଳ ସ୍ୱାଦିଷ୍ଟ ଖାଦ୍ୟ ପାଇଁ ଉପଯୋଗୀ। ହେଲେ ସେସବୁ ହିଁ ଦୈନନ୍ଦିନ ଜୀବନରେ ଦେଖାଦେଉଥିବା ଆମର ଅନେକ ସମସ୍ୟାକୁ ଦୂର କରିଥାଏ। ସେହି ସବୁ ମଧ୍ୟରେ ଗୁଜୁରାତି ହେଉଛି ଅନ୍ୟତମ। ଯେମିତି ଖାଦ୍ୟରେ ଗୁଜୁରାତି ସ୍ୱାଦ ଆଣିଥାଏ ସେହିପରି ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ମଧ୍ୟ ହୋଇଥାଏ।
ଚା’ଠୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁଥିରେ ପ୍ରାୟତଃ ଗୁଜୁରାତିକୁ ସାମିଲ ହୋଇଥାଏ। ଏହା ସହିତ ଶରୀରକୁ ଥଣ୍ଡା ରଖିବାରେ ମଧ୍ୟ ଏହା ସାହାଯ୍ୟ କରେ କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ଗୁଜୁରାତି ମଧ୍ୟ ଔଷଧୀୟ ଗୁଣରେ ଭରପୂର। ଗୁଜୁରାତି ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ଏଥିପାଇଁ ଆୟୁର୍ବେଦିକ ବିଶେଷଣଜ୍ଞ ମାନେ ମଧ୍ୟ ଏହାକୁ ପ୍ରତ୍ୟକ ଦିନ ସେବନ କରିବାକୁ କହିଥାନ୍ତି।
ତେବେ ଆସନ୍ତୁ ଜାଣିବା ଗୁଜୁରାତି ଖାଇବା ଦ୍ୱାରା ଆମ ଶରୀରକୁ କଣ ଉପକାର ମିଳିଥାଏ। ହଜମ ପ୍ରକ୍ରିୟାରେ ଅସୁବିଧା ହେଉଛି ତେବେ ଗୁଜୁରାତି ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ପାଟିରେ ଘା’ ହୋଇଥିଲେ ମଧ୍ୟ ଗୁଜୁରାତି ଉପଶମ ଦେଇଥାଏ। ଏତିକି ନୁହେଁ ବରଂ ବ୍ଲଡ ସୁଗାର, ପାଟି ଦୁର୍ଗନ୍ଧ ଏବଂ ପେଟ ଜନିତ ସଂକ୍ରମଣଠାରୁ ଦୂରରେ ରଖିଥାଏ। ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଗୁଜୁରାତି ବେଷ୍ଟ ରିମେଡି ଭାବେ କାର୍ଯ୍ୟକାରୀ କରିଥାଏ। ତେଣୁ ଗୁଜୁରାତି ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ। ଏଥି ସହିତ କ୍ୟାନ୍ସର ରୋଗୀଙ୍କ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ।
କାହିଁକି ସମସ୍ତେ କଫିରେ ଲୁଣ ମିଶାଉଛନ୍ତି? ଭାଇରାଲ୍ ଟ୍ରେଣ୍ଡ ପଛରେ ଲୁଚି ରହିଛି ଆକର୍ଷଣୀୟ ବିଜ୍ଞାନ