ଅସୁରଗଡ ଏହି ନା ଆସିଲେ ମନରେ ଆପେ ଆପେ ଭରି ଯାଇଥାଏ ରୋମାଞ୍ଚ । ତେବେ ଆମ ରାଜ୍ୟ ରେ ଅସୁରଗଡ ନାରେ ବହୁ ସ୍ଥାନ ଥିବା ବେଳେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଥିବା ବରହମପୁରା ଗାଁରେ ଥିବା ଅସୁରଗଡ ଅଞ୍ଚଳ ହେଉଛି ଅନ୍ୟତମ ଚର୍ଚ୍ଚିତ ସ୍ଥାନ । ଶତାଧିକ ବର୍ଷ ହେବ ସହର ଉପକଣ୍ଠରେ ଥିବା ଏହି ଅସୁରଗଡ ନିଜର ରହତ୍ସମୟ ଘଟଣା ପାଇଁ ବେଣ ଜଣାଶୁଣା । ବରହମପୁରା ଗ୍ରାମର ଏକ ଛୋଟିଆ ପାହାଡକୁ ଘେରିକି ରହିଛି ଏହି ଅସୁରଗଡ । ଅସୁରଗଡ କହିଲେ ଏଠାରେ କେବଳ ରହିଛି ଏକ ରହତ୍ସମୟ ପଥର ରେ ନିର୍ମିତ ପାଚେରୀ । ଏହି ପାଚେରୀ ହେଉଛି ଶତାଧିକ ବର୍ଷର ପୁରାତନ ଯାହା ଏକ କିମି ପର୍ଯ୍ୟନ୍ତ ଲମ୍ବି ରହିଛି ।
ଏହି ରହତ୍ସମୟ ପାଚେରୀ ଯେ କେତେ ବର୍ଷର ପୁରୁଣା ତାହା କହିବା ବଡ ମୁସକିଲ । ଅସୁରଗଡରେ ଥିବା ଏହି ରହତ୍ସମୟ ପାଚେରୀର ପଥର ବଡ ବଡ ଆକାରର ଥିବା ବେଳେ ସମାନ ଆକାରରେ ଗୋଟିଏ ପଥର ଉପରେ ଆଉ ଗୋଟିଏ ରଖାହୋଇ ପାଚେରୀ ନିର୍ମାଣ ହୋଇଛି । ଏହି ପାଚେରୀର ଗୋଟିଏ ବି ପଥର ବି ଆଜିଯାଏ ନଷ୍ଟ ହୋଇନାହିଁ । ଅସୁରଗଡର ପଥର ପାଚେରୀ ଏକ ଛୋଟିଆ ପାହାଡ ଚାରିପଟେ ଘେରିକି ରହିଛି । ଗ୍ରାମବାସୀଙ୍କ ବାସୀଙ୍କ ବିଶ୍ୱାସ ରହିଛି କି ଏହି ପାଚେରୀକୁ ଅସୁରମାନେ ରହିବ ପାଇଁ ଗଢ଼ିଥିଲେ । ତେବେ ଏହି ପଥର ପାଚେରୀ ଏମିତି ଭାବରେ ଅଧ ନିର୍ମିତ ଭାବରେ ଅସୁରଗଡ ନାରେ ପଡି ରହିଛି ।
ସମ୍ବଲପୁର ସହରର ବରହମପୁରା ଠାରେ ଥିବା ଅସୁରଗଡର ଇତିହାସକୁ ନେଇ ଐତିହାସିକ ତଥା ସମ୍ବଲପୁର ଇତିହାସ ଉପରେ ଗବେଷଣା କରୁଥିବା ଗବେଷକ ମାନଙ୍କର କହିବା ଅନୁଯାୟୀ ଏହି ରହତ୍ସମୟ ପଥର ପାଚେରୀ ନିର୍ମାଣରେ କୌଣସି ଅସୁରଙ୍କ ସମ୍ପର୍କ ନାହିଁ । ୧୫୫୬ ଶତାବ୍ଦୀରେ ରାଜା ବଳରାମ ଦେବ ସମ୍ବଲପୁରକୁ ପୁନଃ ପ୍ରତିଷ୍ଠା କରିଥିବା ବେଳେ ଏହା ପୁର୍ବରୁ ଅଶୁରଗଡ ନିର୍ମାଣ କରାଯାଇଛି ।
ସମ୍ବଲପୁର ବରହମପୁରା ନିକଟରେ ଥିବା ରହତ୍ସମୟ ଅସୁରଗଡର ଇତିହାସ ଯାହା ହେଉନା କାହିଁକି ଏହାର ଯଦି ସଠିକ ଭାବରେ ସରକାର ପ୍ରଚାର ପ୍ରସାର କରନ୍ତେ ତେବେ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ଏହା ପରିଗଣିତ ହୋଇ ପାରନ୍ତା ।