ଭୁବନେଶ୍ୱର: ଗୋଟିଏ ପରେ ନବାଗତ ନେତା ନୂଆପଡ଼ା ଖରିଆର ରୋଡର ମହମ୍ମଦ ଜୁନେଦଙ୍କ ଘରେ ଆୟକର ବିଭାଗ ଚଢ଼ଉ କରୁଥିବାବେଳେ ସେପଟେ ନୂତନ ପଦ ଦେଇଛି ବିଜୁ ଜନତା ଦଳ । ଜୁନେଦଙ୍କୁ ସମ୍ପାଦକଭାବେ ନିଯୁକ୍ତି ଦେଇଛି ବିଜେଡ଼ି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜୁନେଦଙ୍କୁ ନିଯୁକ୍ତି ମିଳିଛି ।
ମହମ୍ମଦ ଜୁନେଦ ଗତକାଲି କଂଗ୍ରେସ ଦଳ ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲେ । ସେ ନୂଆପଡ଼ା କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ଏହା ସହିତ ଖରିଆର ରୋଡ଼ ନଗର କଂଗ୍ରେସର ପୂର୍ବତନ ସଭାପତି ଥିଲେ । ଆଜି ସକାଳେ ମହମ୍ମଦ ଜୁନେଦଙ୍କ ଖରିଆର ରୋଡ୍ରେ ଥିବା ବାସଭବନରେ ଚଢ଼ଉ ହୋଇଥିଲା ।