କୋଲକାତା: ଭାରତୀୟ ମହିଳା କ୍ରିକେଟ ଦଳ ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ଋଚା ଘୋଷଙ୍କୁ ପଶ୍ଚିମବଙ୍ଗ ସରକାର ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ସହିତ ରାଜ୍ୟ ସରକାର ଋଚାଙ୍କୁ ପୋଲିସ ଉପଅଧିକ୍ଷକ ବା ଡିଏସପି ପଦରେ ନିଯୁକ୍ତି କରିଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ଉପରେ ପୁରସ୍କାର ବର୍ଷା କରାଯାଇଛି ।
ଋଚା ଘୋଷ ବିଶ୍ୱ କପ୍ ଜିତିବା ପରେ ଆଜି ପଶ୍ଚିମବଙ୍ଗରେ ପହଁଚିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କୋଲକାତା ଇଡେନ୍ ଗାର୍ଡେନରେ କ୍ରିକେଟ୍ ଆସୋସିଏସନ୍ ବଙ୍ଗଳା ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବର୍ଦ୍ଧିତ କରିଥିଲେ । ସରକାରଙ୍କ ପକ୍ଷରୁ ଡିଏସପି ନିଯୁକ୍ତି ପତ୍ର ଓ ସୁନାର ଚେନ୍ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏହାକୁ ଦେଇଥିଲେ ।
ସେହିପରି କ୍ରିକେଟ୍ ଆସୋସିଏସନ୍ ବଙ୍ଗଳା ପକ୍ଷରୁ ସମ୍ମାନଜନକ ବଙ୍ଗ ସମ୍ମାନରେ ସମ୍ମାନୀତ କରାଯାଇଛି । ସେହିପରି ସୁନାର ବ୍ୟାଟ୍ ଏବଂ ବଲ୍ ସ୍ମାରକୀ ପ୍ରଦାନ କରିଛନ୍ତି । ଫାଇନାଲରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୩୪ ରନ୍ କରିଥିବାରୁ ୩୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ପୁରୁଷ ଦଳର ପୂର୍ବତନ କ୍ୟାପଟେନ୍ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ମହିଳା ଦଳ ପୂର୍ବତନ ବୋଲର୍ ଝୁଲଣ ଗୌସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ ।