୨୦୨୪ରେ ଆଉ ମିଳିବନି ଆଶ୍ୱସ୍ତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ ଏହା ହୋଇପାରେ 'ବିପଦଜନକ' ବର୍ଷ । ଗତ ୩-୪ ବର୍ଷ ହେଲା ବିଶ୍ୱ ନୂଆ ଅନେକ କିଛି ଘଟଣା ଦେଖିଛି ଓ ଭୋଗିଛି ମଧ୍ୟ। କରୋନା ନାମକ ଏକ ମହାମାରୀ ସାରା ଦୁନିଆକୁ ଦୋହଲାଇ ଦେଇଥିଲା। ଏହି ମହାମାରୀ ଯୋଗୁ ଦେଶମାନଙ୍କ ଆର୍ଥିକ ଓ ବୈଶ୍ୱିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପଡିଛି । ଏଥିସହ ପ୍ରାକୃତିକ ବିପର୍ଯ୍ୟୟ କେତେକ ଦେଶରେ ମଧ୍ୟ ବିନାଶ ରଚିଛି । ଏପରି କିଛି ଥିଲା ପୂର୍ବ ଭବିଷ୍ୟବାଣୀ ଯାହା ଅନେକ ସତ ବି ହୋଇଛି ।
ତେବେ ବାବା ଭେଙ୍ଗାଙ୍କ ନାମ ତ ଆପଣ ଶୁଣିଥିବେ, ତାଙ୍କୁ ନାଷ୍ଟ୍ରାଡୋମସ ବୋଲି ମଧ୍ୟ କୁହାଯାଉଛି। କାରଣ ସେ କହିଯାଇଥିବା ଅନେକ କଥା ଅବିକଳ ସତ ସାବ୍ୟସ୍ତ ହୋଇଛି । ସେ ଆଗାମୀ ୨୦୨୪ ବର୍ଷ ନିମନ୍ତେ ମଧ୍ୟ ଏପରି କିଛି କଥା କହିଛନ୍ତି ଯାହା ଶୁଣିଲେ ଆପଣ ବି ଚିନ୍ତାରେ ପଡିଯିବେ । ବାବା ଭେଙ୍ଗାଙ୍କୁ ବିଶ୍ୱାସ କରାଗଲେ ଆସିବାକୁ ଥିବା ନୂଆ ବର୍ଷ ମଧ୍ୟ ହଲଚଲଭରା ରହିବ ଓ ବିଭିନ୍ନ ବିପର୍ଯ୍ୟୟ ଦେଖାଯିବ । ସଠିକ ଭବିଷ୍ୟବାଣୀ ନିମନ୍ତେ ବୁଲଗେରୀୟ ମହିଳା ବାବା ଭେଙ୍ଗା ବେଶ୍ ପ୍ରସିଦ୍ଧ । ଆମେରିକାରେ ବାରାକ୍ ଓବାମାଙ୍କ ରାଷ୍ଟ୍ରପତି ନିର୍ବାଚନରୁ ଆରମ୍ଭ କରି ଲେଡି ଡାୟେନାଙ୍କ ଦୁର୍ଘଟଣାରେ ମୃତ୍ୟୁ ପର୍ଯ୍ୟନ୍ତ ଶହଶହ ବର୍ଷ ପୂର୍ବରୁ ବାବା ଭେଙ୍ଗା ଭବିଷ୍ୟବାଣୀ କରିଯାଇଛନ୍ତିଯାହା ଅନେକାଂଶରେ ସତ ହୋଇଛି ।
ଏକ ରିପୋର୍ଟ ଅନୁସାରେ ବାବା ଭେଙ୍ଗା ୨୦୨୪ ନିମନ୍ତେ ଯେଉଁ ଭବିଷ୍ୟବାଣୀ କରିଛନ୍ତି ଯେ ଏଥିରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା ପରିଗଣିତ ହେଉଥିବା ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ନେଇ ରହିଛି । ଏଥିରେ ବାବା ଭେଙ୍ଗା ୨୦୨୪ରେ ପୁଟିନଙ୍କୁ ତାଙ୍କ ଦେଶର କୌଣସି ବ୍ୟକ୍ତି ମାରିବାକୁ ଯୋଜନା କରିବେ ବୋଲି କୁହାଯାଇଛି। ତେବେ ଋଷିଆ ପକ୍ଷରୁ ପୁଟିନ ଅସୁସ୍ଥ ଖବରକୁ ମଧ୍ୟ ଅଗ୍ରାହ୍ୟ କରି ଦିଆଯାଇଥିଲା। ବାବା ଭେଙ୍ଗା ଏହା ମଧ୍ୟ କହିଛନ୍ତି ଯେ ୨୦୨୪ରେ ଏକ ବଡ଼ ଦେଶ ବାୟୋଲଜିକାଲ ଅସ୍ତ୍ରର ପରୀକ୍ଷଣ କରିବା ସହ ଆକ୍ରମଣ ମଧ୍ୟ କରିବ।
ସେ ଏହି ବର୍ଷ ୟୁରୋପରେ ଆତଙ୍କବାଦୀ ଆକ୍ରମଣର ମଧ୍ୟ ଭବିଷ୍ୟତବାଣୀ କରିଛନ୍ତି। କେବଳ ଏତିକି ନୁହେଁ ଏ ବର୍ଷ ଆର୍ଥିକ ସଂକଟ ମଧ୍ୟ ନେଇ ଆସିବ, ଯାହା ଦ୍ୱାରା ବିଶ୍ୱ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ । ଏହି ବର୍ଷ ଦେଶମାନଙ୍କର ଋଣ ବଢିବ ଓ ସୀମା ଓ ରାଜନୈତିକ ବିବାଦ ମଧ୍ୟ ବଢିବ ଓ ଆର୍ଥିକ ଶକ୍ତି ପଶ୍ଚିମରୁ ପୂର୍ବ ଦେଶମାନଙ୍କୁ ସ୍ଥାନାନ୍ତର ହେବ ବୋଲି ଭବିଷ୍ୟବାଣୀରେ ରହିଛି । ବାବା ଭେଙ୍ଗାଙ୍କ ଭବିଷ୍ୟତବାଣୀ ଉପରେ ବିଶ୍ୱାସ କଲେ ୨୦୨୪ରେ ପାଣିପାଗ ମଧ୍ୟ ବିପର୍ଯ୍ୟୟ ରଚିବ। ପ୍ରାକୃତିକ ବିପଦ ସହିତ ପାଣିପାଗ ପରିବର୍ତ୍ତନ ସମସ୍ୟା ସୃଷ୍ଟି କରିବ ।
ଏ ସବୁ ମଧ୍ୟରେ ବିଜ୍ଞାନ କ୍ଷେତ୍ରରୁ ଏପରି ଖୁସି ଖବର ଆସିବ ଯାହା ସାରା ବିଶ୍ୱକୁ ଆଶ୍ୱସ୍ଥ କରିବ ବୋଲି ମଧ୍ୟ ବାବା ଭବିଷ୍ୟବାଣୀ ଦେଇଛନ୍ତି । ଏହି ବର୍ଷ ଭୁଲିଯିବାର ରୋଗ ଅଲଝାଇମରର ଚିକିତ୍ସା ସନ୍ଧାନ କରାଯିବା ସହ କର୍କଟ ରୋଗର ଉପଚାର ମଧ୍ୟ ବୈଜ୍ଞାନିକମାନେ ଖୋଜି କାଢିବେ। ଏହା ଛଡା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ମଧ୍ୟ ପ୍ରଭାବଶାଳୀ ହେବ।