ଆଜି ପଖାଳ ଦିବସ : ରାଜ୍ୟ ଓ ଦେଶବିଦେଶରେ ସବୁଠି ଲୋକଙ୍କ ଉତ୍ସାହ
Khabar Odisha:Celebration-Of-Pakhala-Divas-In-Odisha
ଖବର ଓଡିଶା : 20/03/2023

ଆଜି ବିଶ୍ବ ପଖାଳ ଦିବସ । ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଓଡ଼ିଆ ମାନଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଖାଦ୍ୟ ପଖାଳ। କୁହାଯାଏ ପଖାଳ ନଖାଇଲେ କାଳିଆକୁ କୁଆଡେ ନିଦ ଆସେନି । କେବଳ ହୋଟେଲ, ରେସ୍ତୋରାଁ ନୁହେଁ, ବରଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଖାଳ ଦିବସ ପାଳନ ହେଉଛି। ପାଖରେ କିଛି ଥାଉ କି ନଥାଉ କଂସେ ପଖାଳ ଓ ପାଖରେ ଲଙ୍କା ଓ ବଡ଼ିଚୁରା ଥିଲେ ଜମିଲା ପଖାଳ ଖାଇବା । ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ଏହି ଦିନଟିକୁ ଚାହିଁ ବସିଥାନ୍ତି । ହେଲେ ଗାଁଠୁ ସହର ସବୁଠି ସବୁଦିନ ଲୋକେ ଖାଇଥାନ୍ତି ପଖାଳ । ତେବେ ପଖାଳ ଖାଇବା ଦ୍ୱାରା ଅନେକ ଉପକାର ମଧ୍ୟ ମିଳିଥାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ପଖାଳ । ଏହାଛଡା ପଖାଳ ଖାଇଲେ ଆହୁରୀ ଅନେକ ଉପକାର ମିଳିଥାଏ । କାର୍ଯ୍ୟ କରିବାକୁ ଶକ୍ତି ମଧ୍ୟ ବଢାଇଥାଏ । ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ପଖାଳ ଦିବସ ପାଳିତ ହେଉଛି । ତେବେ ଏହି ପଖାଳର ପ୍ରଚାର ପ୍ରସାର ପାଇଁ ୨୦୧୫ରୁ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଇଆସୁଛି । ତେବେ କାହିଁକି ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଏ ତା’ ପଛରେ ଅନ୍ତର୍ନିହିତ ଅଛି ସ୍ୱତନ୍ତ୍ର ବାର୍ତ୍ତା। ପଖାଳକୁ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ପଖାଳ ଦିବସ ପାଇଁ ନୟାଗଡ଼ର ଅମରେଶ ଦାସ କିଛି ବନ୍ଧୁମାନଙ୍କ ସହ ପ୍ରୟାସ ଆରମ୍ଭ କରିଥିଲେ । ୨୦୧୧ ମାର୍ଚ୍ଚ ୨୦ତାରିଖରେ ଏହି ଉଦ୍ୟମକୁ ମିଳିଥିଲା ସଫଳତା ।  ୨୦୧୧ରୁ ଏ ପରିକଳ୍ପନା...୨୦୧୫ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କଲା । ଆଉ ତା ପରଠୁ ଏହି ଦିନ ଗୋଟେ ଅଭିଯାନ ପାଲଟିଛି ।  ଓଡ଼ିଆଙ୍କ ଏହି ବ୍ୟଞ୍ଜନର ଉପକାରିତା ଏବେ ବୁଝି ପାରିଛନ୍ତି ବିଶ୍ବବାସୀ । ତେଣୁ ମାର୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରୁଛି ସାରା ବିଶ୍ବ । 

Subscribe

National International State Sports Entertainment