ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଜେପି ଆଠଟି ରାଜ୍ୟସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି । ସୋମବାର ପ୍ରକାଶିତ ତାଲିକାରେ ଧର୍ମପାଳ ସିଂହ, ରାଧାକାନ୍ତ ଓଝା, ପ୍ରକାଶ ପାଲ, ବିଦ୍ୟାସାଗର ସୋନକର, ଗୋପୀ କୃଷ୍ଣ ପାଣ୍ଡେ, ପ୍ରିୟଙ୍କା ସିଂହ ରାୱତ, ରାମ ପ୍ରତାପ ସିଂହ ଚୌହାନ ଏବଂ ଶ୍ରୁତି ଗଙ୍ଗୱାରଙ୍କ ନାମ ରହିଛି । ଦଳ ଆଞ୍ଚଳିକ ଓ ସାମାଜିକ ସନ୍ତୁଳନ ବଜାୟ ରଖିବା ସହ ଅଭିଜ୍ଞ ଓ ବରିଷ୍ଠ ନେତାମାନଙ୍କ ଉପରେ ଭରସା ପ୍ରକାଶ କରିଛି ।
ପ୍ରିୟଙ୍କା ରାୱତ ବାରାବାଙ୍କୀର ପୂର୍ବତନ ସାଂସଦ ଅଟନ୍ତି । ବରେଲୀର ଶ୍ରୁତି ଗଙ୍ଗୱାରଙ୍କୁ ମଧ୍ୟ ବିଜେପି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ସେ ଝାଡ଼ଖଣ୍ଡର ବର୍ତ୍ତମାନର ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କ ଝିଅ । ମୂଳତଃ ବରେଲୀର ବାସିନ୍ଦା ହୋଇଥିବା ଶ୍ରୁତି ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିଲେ । ସେହିପରି କାନପୁର-ବୁନ୍ଦେଲଖଣ୍ଡ ଅଞ୍ଚଳର ପୂର୍ବତନ ଆଞ୍ଚଳିକ ସଭାପତି ତଥା ବିଜେପି ଓବିସି ମୋର୍ଚ୍ଚାର ବର୍ତ୍ତମାନର ରାଜ୍ୟ ସଭାପତି ପ୍ରକାଶ ପାଲ ମଧ୍ୟ ସାମିଲ ଅଛନ୍ତି। ଦଳର ଏହି ନିଷ୍ପତ୍ତି ଫଳରେ କାନପୁର-ବୁନ୍ଦେଲଖଣ୍ଡ ରାଜନୀତିରେ ପ୍ରକାଶ ପାଲଙ୍କ ଭୂମିକା ଆଞ୍ଚଳିକ ସଂଗଠନ ସ୍ତରରୁ ଉନ୍ନୀତ ହୋଇ ରାଜ୍ୟ ଓ ଜାତୀୟ ସ୍ତରରେ ପହଞ୍ଚିବ ।
ଦଳ ବରିଷ୍ଠ ଆଇନଜୀବୀ ରାଧାକାନ୍ତ ଓଝାଙ୍କୁ ମଧ୍ୟ ପ୍ରାର୍ଥୀ କରିଛି । ସେ ପ୍ରତାପଗଡ଼ର ମୂଳ ବାସିନ୍ଦା ଅଟନ୍ତି । ରାଧାକାନ୍ତ ଆହ୍ଲାବାଦ ହାଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ଏବଂ ହାଇକୋର୍ଟ ବାର୍ ଆସୋସିଏସନ୍ର ପୂର୍ବତନ ସଭାପତି । ବିଜେପି ପୂର୍ବରୁ ମଧ୍ୟ ତାଙ୍କୁ ପ୍ରାର୍ଥୀ କରିଥିଲା କିନ୍ତୁ ତୃତୀୟ ସ୍ଥାନରେ ରହିଥିଲେ । ତାଙ୍କ ଭାଇ ଶିବକାନ୍ତ ଓଝା ବିଜେପି ଟିକେଟ୍ରେ ପ୍ରତାପଗଡ଼ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ଧର୍ମପାଲ ସିଂହଙ୍କୁ ଟିକେଟ୍ ମିଳିଛି । ଆଗ୍ରାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରାମପ୍ରତାପ ସିଂହ ଚୌହାନଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବରେ ମନୋନୀତ କରିଛି। ଜଣେ ତୃଣମୂଳ ସ୍ତରର କର୍ମୀ ଭାବରେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଏହି ପୂର୍ବତନ ବିଧାୟକ ରାଜ୍ୟ ସଂଗଠନ ମଧ୍ୟରେ ନିଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସୃଷ୍ଟି କରିପାରିଛନ୍ତି।
ଆଗ୍ରାର ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ରାମପ୍ରତାପ ସିଂହ ଚୌହାନଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବରେ ମନୋନୀତ କରିଛି। ରାମପ୍ରତାପଙ୍କ ଦୀର୍ଘ ରାଜନୈତିକ ଅଭିଜ୍ଞତା ରହିଛି । ସେ ତୃଣମୂଳ ସ୍ତରରୁ ରାଜ୍ୟ ନେତୃତ୍ୱ ଯାଏ କାମ କରିଛନ୍ତି ।