କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ସଙ୍କଟ ପରିସ୍ଥିତି ଦେଇ ଗତି କରୁଥିବା ତୃଣମୂଳ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି । ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ତଥା ଡାହାଣ ହାତ କୁହାଯାଉଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶନିବାର ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଟିଏମସି ରାଜ୍ୟ ମୁଖ୍ୟ ସହ ଦଳର ବିଭିନ୍ନ ସାଙ୍ଗଠନିକ ପଦରୁ ଇସ୍ତଫା ଦେଇଛନ୍ତି ।
ଟିଏମସିର ପଶ୍ଚିମବଙ୍ଗ ଅଧ୍ୟକ୍ଷା ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ସେ ସାଙ୍ଗଠନିକ ପଦ ସହିତ ଦଳର ବିଭିନ୍ନ ଅର୍ଥ ଏବଂ ପ୍ରଶାସନିକ ନିଷ୍ପତିରୁ ତତ୍କାଳ ପ୍ରଭାବ ସ୍ୱରୂପ ମଧ୍ୟ ଓହରିଯାଇଥିବା ସୂଚନା ଦେଇଛନ୍ତି ।
ଚନ୍ଦ୍ରିମା ଦୀର୍ଘ ସମୟ ଧରି ଟିଏମସିର ଜଣେ ଟାଣୁଆ ନେତ୍ରୀ ଥିଲେ । ତାଙ୍କର ଇସ୍ତଫା ଦଳ ପାଇଁ ଏକ ଶକ୍ତ ଝଟକା ବୋଲି ରାଜନୈତିକ ସ୍ତରରେ ଚର୍ଚ୍ଚା ଜୋର ଧରିଛି । ମମତାଙ୍କ ପକ୍ଷରୁ ଏ ନେଇ କୌଣସି ବିଧିବଦ୍ଧ ସୂଚନା ଜାରି କରାଯାଇ ନାହିଁ ।