ନୂଆଦିଲ୍ଲୀ: ଯେଉଁ ସରକାର ଦିଲ୍ଲୀର ଗତ ୧୨ ବର୍ଷ ଧରି ରାଜ୍ କରୁଥିଲା ଏବଂ ଯେତେବି ଭ୍ରଷ୍ଟାଚାର ଅଭିଯୋଗ ତାଙ୍କ ଉପରେ ରହିଛି, ଜନତାଙ୍କର ଗୋଟିଏ ଗୋଟିଏ ପଇସାର ହିସାବ ଦେବାକୁ ପଡ଼ିବ । ଦିଲ୍ଲୀର ମୁଖ୍ୟମନ୍ତ୍ରୀଭାବେ ଶପଥ ନେବା ପୂର୍ବରୁ ପୂର୍ବ ଆପ୍ ସରକାରକୁ ଏଭଳି ଭାବେ ଚେତାବନୀ ଦେଇଛନ୍ତି ରେଖା ଗୁପ୍ତା ।
ମୁଖ୍ୟମନ୍ତ୍ରୀଭାବେ ଶପଥ ନେବା ପୂର୍ବରୁ ରେଖା ଗୁପ୍ତା ଗଣମାଧ୍ୟମ ସହିତ ଆଲୋଚନା କରିଛନ୍ତି । ଆମ ଆଦମୀ ଉପରେ ଯେଉଁ ଭ୍ରଷ୍ଟାଚାର ଅଭିଯୋଗ ଲାଗିଛି କଣ ତା ଉପରେ ଯାଞ୍ଚ ହେବ ପ୍ରଶ୍ନରେ ସେ କହିଛନ୍ତି ଯେଉଁ ସରକାର ଦିଲ୍ଲୀର ଗତ ୧୨ ବର୍ଷ ଧରି ରାଜ୍ କରୁଥିଲା ଏବଂ ଯେତେବି ଭ୍ରଷ୍ଟାଚାର ଅଭିଯୋଗ ତାଙ୍କ ଉପରେ ରହିଛି, ଜନତାଙ୍କର ଗୋଟିଏ ଗୋଟିଏ ପଇସାର ହିସାବ ଦେବାକୁ ପଡ଼ିବ । ସେ ଆହୁରି କହିଛନ୍ତି, ମୋତେ ଏକ ବଡ଼ ଦାୟିତ୍ୱ ଦିଆଯାଇଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ଓ ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନେ ଏକ ସାଧାରଣ ପରିବାରୁ ଆସିଥିବା ଝିଅ ଉପରେ ବିଶ୍ୱାସ ରଖିଛନ୍ତି । ମୁଁ ନିଜର ପୁରା କ୍ଷମତା, ଶକ୍ତି ଏବଂ ସଚ୍ଚୋଟତାର ସହିତ ଦାୟିତ୍ୱ ତୁଲାଇବି ।
ଅଧିକ ପଢ଼ନ୍ତୁ- ସମାନ ସ୍ଥାନରେ ୨ଟି ଦୁର୍ଘଟଣା, ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ପ୍ରାଣ
ରେଖା ଆହୁରି କହିଛନ୍ତି, ମୋର ପ୍ରଥମ ପ୍ରାଥମିକତା ହେଉଛି ଆମ ଦଳ ଦ୍ୱାରା ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ଏବଂ ଦ୍ୱିତୀୟ ପ୍ରାଥମିକତା ହେଉଛି ଆମର ସମସ୍ତ ୪୮ ବିଧାୟକ ମୋଦି ଟିମ୍ ଭାବରେ କାମ କରିବେ । ମୁଁ କେବେ ଭାବି ନଥିଲି ଯେ ମୁଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବି । ଆମେ ଜନସାଧାରଣଙ୍କୁ ଯାହା ବି ପ୍ରତିଶ୍ରୁତି ଦେଇଛୁ, ତାହା ସମୟ ମଧ୍ୟରେ ପୂରଣ କରାଯିବ।”