ନୂଆଦିଲ୍ଳୀ: ଆଉ କିଛି ସମୟ ମଧ୍ୟରେ ଦିଲ୍ଲୀକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାମ । ଏଥିପାଇଁ ଦିଲ୍ଲୀ କାର୍ଯ୍ୟାଳୟରେ ଜୋରଦାର ହଲଚଲ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଚେହେରା ଉପରୁ ସସପେନ୍ସ ହଟାଇବେ ପର୍ଯ୍ୟବେକ୍ଷକ ଟିମ୍ । ଏଥିପାଇଁ ବିଜେପି ଦଳ ବୈଠକ ବସିଛି । ଏହି ବୈଠକରେ କିଏ ହେବ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବ ।
୨୭ବର୍ଷ ପରେ ଦେଶର ରାଜଧାନୀରେ ଦିଲ୍ଲୀରେ ବିଜେପି ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀଙ୍କ ରେସରେ ରହିଛନ୍ତି ୫ ଜଣ । ତେବେ କାହା ଉପରେ କେନ୍ଦ୍ରୀୟ ନେତୃତ୍ୱ ମୋହର ମାରୁଛନ୍ତି, ତାହା ଆଉ କିଛି ସମୟରେ ସ୍ପଷ୍ଟ ହେବାକୁ ଯାଉଛି ।
ଅଧିକ ପଢନ୍ତୁ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ: ମୁତୟନ ହେବେ ୫ ହଜାରରୁ ଅଧିକ ସୁରକ୍ଷା କର୍ମୀ
ଆସନ୍ତାକାଲି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ରହିଛି । ରାମଲୀଳା ମୈଦାନରେ ହେବ ଶପଥ ଗ୍ରହଣ । ଶପଥ ଗ୍ରହଣ ସମାରୋହର ସମୟରେ ପରିବର୍ତ୍ତନ ହୋଇ ଅପରାହ୍ନ ୪.୩୦ ମିନିଟ୍ ବଦଳରେ ଦିନ ୧୧ଟାରେ ଅନୁଷ୍ଠିତ ହେବ। ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏନଡିଏର ସହଯୋଗୀ ଦଳ ନେତା ବି ଏଥିରେ ସାମିଲ ହେବେ। ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଶପଥଗ୍ରହଣ ସମାରୋହରେ ସାମିଲ ହେବେ। ଏଥିସହ ଆପ୍ ମୁଖ୍ୟ କେଜି୍ରୱାଲ ଓ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅତିଶିଙ୍କି ବି ନିମନ୍ତ୍ରଣ ପତ୍ର ପଠାଯାଇଛି ।