ନୂଆଦିଲ୍ଲୀ: ବିହାରର ଲୋକପ୍ରିୟ ଗାୟିକା ମୈଥିଲୀ ଠାକୁର ବିଜେପିରୁ ବିଧାନସଭା ନିର୍ବାଚନ ଲଢ଼ିବା ଚର୍ଚ୍ଚା ଜୋର୍ ଧରିଛି । ୩୦ ବର୍ଷ ତଳେ ଲାଲୁ ଯାଦବଙ୍କ ଶାସନ ସମୟରେ ଜାତିଗତ ସଂଘର୍ଷ ପାଇଁ ଭିଟାମାଟି ଛାଡ଼ିଥିବା ମୈଥିଲୀଙ୍କ ବାପା ରମେଶ ଠାକୁର ଏହାକୁ ସ୍ୱାଗତ କରିଛନ୍ତି । ଗଣମାଧ୍ୟମ ସହିତ ବାର୍ତ୍ତାଳାପ ସମୟରେ ପୂର୍ବର ଲାଲୁ ସରକାର ଉପରେ ଖୁବ୍ ବର୍ଷିଛନ୍ତି ।
ବାପା ରମେଶ ଜବଲପୁରରେ ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବାବ ସାକ୍ଷାତକାରରେ କହିଛନ୍ତି ଯେ ଯଦି ଝିଅ ମୈଥିଲୀ ନିର୍ବାଚନ ଲଢ଼େ ତେବେ ସେ ବହୁତ ଖୁସି ହେବେ । ୩୦ ବର୍ଷ ତଳେ ବିହାରରୁ ପଳାୟନ କରିଥିବା ରମେଶ ଲାଲୁଙ୍କ ଶାସନକୁ ଦୋଷ ଦେଇଛନ୍ତି । ସେ କହିଛନ୍ତି, ସେତେବେଳେ ସବୁକିଠି ଠିକ୍ ଚାଲିଥିଲା । କିନ୍ତୁ ଯେତେବେଳେ ଲାଲୁ ଶାସନ ଆରମ୍ଭ ହେଲା ସେତେବେଳେ ଅଶାନ୍ତ ବାତ୍ତାବରଣ ସୃଷ୍ଟି ହେଲା । ବ୍ରାହ୍ମଣଙ୍କ କ୍ଷେତକୁ ଅକ୍ତିଆର କରି ନିଆଗଲା । ମିଥ୍ୟା ମାମଲାରେ ଫସାଇ ଦିଆଗଲା ସମସ୍ତଙ୍କୁ । ପ୍ରଥମେ ଆମେ ପଳାୟନ କରିଥିଲୁ । ସେବେଠାରୁ ଯାଇଛୁ ଯେ ଆଉ ଫେରି ପାରିଲୁ ନାହିଁ । ୧୯୯୫ ମହିସାରେ ପଳାୟନ କରିଥୁଲୁ ଆଉ ସେବେଠାରୁ ୩୦ ବର୍ଷ ହେବ ବାହାରେ ହିଁ ରହିଛୁ ।
ରମେଶ ଆହୁରି କହିଛନ୍ତି, ସଙ୍ଗୀତ ଜାଣିଥିବାରୁ ଗୀତ ଗାଇ ପେଟ ପୋଷୁଥିଲି । ଯେଉଁମାନେ ପଳାୟନ କରିଛନ୍ତି, ସେମାନଙ୍କ ପାଇଁ ଯଦି କିଛି ବ୍ୟବସ୍ଥା କରାଯାଆନ୍ତା ତାହା ହେଲେ ସେମାନେ ପୁଣି ଥରେ ଫେରି ଆସନ୍ତେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ରମେଶଙ୍କର ତିନୋଟି ପିଲାଙ୍କ ମଧ୍ୟରୁ ମୈଥିଲୀ ଠାକୁର ଏକମାତ୍ର ଝିଅ ଏବଂ ବଡ଼ ଅଟନ୍ତି । ମୈଥିଲିଙ୍କ ତଳେ ଦୁଇ ମଧ୍ୟ ଅଛନ୍ତି । ସମସ୍ତେ ସଙ୍ଗୀତ ଦୁନିଆ ସହିତ ଜଡ଼ିତ । ମୈଥିଲୀଙ୍କ ଦୁଇ ଭାଇ ଭଲ ତବଲା ବାଦକ ମଧ୍ୟ ।