ପୁଣି ଘୁଞ୍ଚିଲା ପିପିଲି ଉପ ନିର୍ବାଚନ
Khabar Odisha:election-commission-reshceduled-pipili-bye-election-again-in-surge-of-covid-19-cases

ନୁଆଦିଲ୍ଲୀ, ମେ ୩(ଖବର ଓଡିଶା); ଆସନ୍ତା ମେ ୧୬ ତାରିଖରେ ପିପିଲି ଉପନିର୍ବାଚନକୁ ପୁଣି ଥରେ ଘୁଞ୍ଚାଇ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆଜି ସନ୍ଧ୍ୟାରେ ଏକ ବିଜ୍ଞପ୍ତି ଜାରି କରି ଭାରତୀୟ ନିର୍ବାଚନ କମିଶନ ଏହି ସୂଚନା ଦେଇଛନ୍ତି । ରାଜ୍ୟ ନିର୍ବାଚନ କମିଶନ ଦେଇଥିବା ରିପୋର୍ଟକୁ ଭିତ୍ତି କରି ଏହି ନିଷ୍ପତି ନିଆଯାଇଛି । ଓଡିଶାରେ ଏବେ ୨୦୦୫ ବିପର୍ଯ୍ୟୟ ପରିଚାଳନା ଅଧୀନିୟମ ଅନୁଯାୟୀ ଲକ୍‌ଡାଉନ ଲାଗୁ ହୋଇଥିବାରୁ ନିର୍ଦ୍ଦାରିତ ତାରିଖରେ ହେବାକୁଥିବା ନିର୍ବାଚନକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି । ତେବେ ପରବର୍ତ୍ତି ସମୟରେ ମହାମାରୀ ପରିସ୍ଥିତିକୁ ଅନୁଧ୍ୟାନ କରି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ରହିଛି ।

ପିପିଲିର ପୁର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କର କରୋନାରେ ମୃତ୍ୟୁ ହେବା ପରେ ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବାର ଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଉପନିର୍ବାଚନର ତିନିଦିନ ପୁର୍ବରୁ ଅର୍ଥାଥ୍ ଏପ୍ରିଲ ୧୪ କରୋନା ସଂକ୍ରମଣରେ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କଂଗ୍ରେସ ପ୍ରାର୍ଥୀଙ୍କର ମୃତ୍ୟୁ କାରଣରୁ କଂଗ୍ରେସକୁ ପୁଣିଥରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ସମୟ ମିଳିଥିଲା ଏବଂ ମେ ୧୩ ତାରିଖରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ପରେ ମେ ୧୩ ରେ ଇଦ-ଉଲ୍‌-ଫିତର ପର୍ବ ଥିବାରୁ ରାଜ୍ୟ ନିର୍ବାଚନ କମିଶନ ମେ ୧୬ କୁ ନିର୍ବାଚନକୁ ଘୁଞ୍ଚାଇ ଦେଇଥିଲେ । 

ତେବେ ଭାରତରେ କରୋନାର ଦ୍ୱିତ୍ୱୀୟ ଲହରରେ ଦୃତ ସଂକ୍ରମଣ ପାଇଁ ବିଭିନ୍ନ ମହଲରୁ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରାଯାଉଥିଲା ବେଳେ ବିଭିନ୍ନ ରାଜ୍ୟର ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ଏ ନେଇ ଦାୟୀ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପିପିଲି ସହିତ ପଶ୍ଚିମବଙ୍ଗରେ ହେବାକୁ ଥିବା ନଉପନିର୍ବାଚନକୁ ବର୍ତମାନ ପାଇଁ ସ୍ଥଗିତ ରଖି ଦିଆଯାଇଛି । କରୋନା ସଂକ୍ରମଣରେ ସୁଧାର ଆସିଲେ ଉପନିର୍ବାଚନ ନେଇ ପୁଣି ବିଜ୍ଞପ୍ତି ବାହାରିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ ।

  • Tags:

Subscribe

National International State Sports Entertainment