ନୂଆଦିଲ୍ଲୀ: ତାମିଲନାଡ଼ୁର ବରିଷ୍ଠ କଂଗ୍ରେସ ନେତା କେଏସ୍ ଅଲାଗିରି ବିବାଦୀୟ ବୟାନ ଦେଇଛନ୍ତି । ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣୱତଙ୍କୁ ଚାପୁଡ଼ା ମାରିବାକୁ କହିଛନ୍ତି । ଏଥିପାଇଁ ବିବାଦ ଆରମ୍ଭ ହୋଇଛି ।
କେଏସ୍ ଅଲାଗିରି ଜଣେ ଅଭିଜ୍ଞ ଏବଂ ବରିଷ୍ଠ ନେତ । ସେ ତାମିଲନାଡ଼ୁ କଂଗ୍ରେସ ରାଜ୍ୟ ସଭାପତି ସହିତ ସାଂସଦ ଏବଂ ବିଧାୟକ ମଧ୍ୟ ରହିସାରିଛନ୍ତି । କିନ୍ତୁ ଜଣେ ବରିଷ୍ଠ ନେତା ହୋଇ ଜଣେ ମହିଳା ସାଂସଦଙ୍କୁ ଚାପୁଡ଼ା ମାରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଯଦି କଙ୍ଗନା ତାମିଲନାଡ଼ୁ ଆସନ୍ତି ତେବେ ତାଙ୍କୁ ଚାପୁଡ଼ା ମାରିବା ଉଚିତ । ସେ ଅନେକ ଅଯଥା କଥା କହୁଛନ୍ତି । ଅଲାଗିରି ଏକ ପୁରୁଣା ପ୍ରସଙ୍ଗକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ସେ ଏପରି ଉତ୍ତର ରଖିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ଜଣେ ମହିଳା ସିଆରପିଏଫ୍ ଯବାନ କଙ୍ଗନାଙ୍କୁ ଚାପୁଡ଼ା ମାରିଥିଲେ । ସେ ଯେତେବେଳେ ତାମିଲାନାଡ଼ୁ ଆସିବେ ସେହି କଥାକୁ ନଭୁଲି ଚାପୁଡ଼ା ମାରିବା ଉଚିତ ।
ପ୍ରକାଶ ଥାଉକି, ୨୦୨୦ରେ ହୋଇଥିବା କୃଷି ଆଇନ ବିରୋଧରେ ଆନ୍ଦୋଳନ ସମୟରେ କଙ୍ଗନା ଏକ ଟ୍ୱିଟ୍ କରିଥିଲେ । ଜଣେ ୭୩ ବର୍ଷିୟା ମହିଳା ମୋହିନ୍ଦର କୌରଙ୍କୁ ଉପରେ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ହୋଇଥିଲା । ମୋହିନ୍ଦର କୌରଙ୍କୁ ଶାହୀନ ବାଗର ବିଲ୍କିସ୍ ବାନୋ ଭାବି କଙ୍ଗନା କହିଥିଲେ ଯେ ଏଭଳି ମହିଳା ୧୦୦ ଟଙ୍କା ନେଇ ଆନ୍ଦୋଳନରେ ସାମିଲ ହୋଇଯାଆନ୍ତି ।