ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଲଗାଯାଇଥିବା ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ଜବାବ ଦେଇଛନ୍ତି । ଆୟୋଗ କହିଛନ୍ତି ଯେ, କୌଣସି ବି ଭୋଟରଙ୍କୁ ଅନଲାଇନରେ ଡିଲିଟ୍ କରାଯାଇ ପାରିବ ନାହିଁ । ରାହୁଲଙ୍କ ସମସ୍ତ ଅଭିଯୋଗ ଭିତ୍ତିହୀନ ଓ ଭୁଲ୍ । ଇସିଆଇଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଭୋଟ୍ କାଟିବା ପୂର୍ବରୁ ପକ୍ଷ ରଖିବାକୁ ଭୋଟରଙ୍କୁ ସୁଯୋଗ ଦିଆଯାଏ । ଯଦି କାହାରି ନାଁ କଟାଯାଏ ତେବେ ଡିଏମ ଏବଂ ସିଇଓଙ୍କ ପାଖକୁ ଅଭିଯୋଗ କରିବାକୁ ପଡିଥାଏ । ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ, କୌଣସି ଅଜଣା ନମ୍ବର ଜରିଆରେ ଭୋଟ୍ ଡିଲିଟ୍ କରାଯାଏ ।
ଋାହୁଲ ଗାନ୍ଧୀ ର୍ଣ୍ଣାଟକର ଆଲନ୍ଦ ସିଟ ଏବଂ ମହାରାଷ୍ଟ୍ରର ରାଜୁରା ବିଧାନସଭା ଆସନର ଉଦାହରଣ ଦେଇ କହିଥିଲେ ଯେ, ଗୋଟିଏ ନମ୍ବର ବ୍ୟବହାର କରାଯାଇ ୧୦ରୁ ୧୨ ନମ୍ବର ଡିଲିଟ୍ କରାଯାଇଛି । ଏହା ଉପରେ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବି ବ୍ୟକ୍ତି କାହାର ନାଁକୁ ଭୋଟର ତାଲିକାରୁ ହଟାଇ ପାରିବ ନାହିଁ । କଂଗ୍ରେସର ଅଭିଯୋଗ ଉପରେ ଜବାବ ଦେବା ପାଇଁ ଶୀଘ୍ର ସାମ୍ବାଦିକ ସମ୍ମିଳନୀ ଡକାଯିବ ବୋଲି ଇସିଆଇ ସୂତ୍ରରୁ ପ୍ରକାଶ । ଆୟୋଗ କହିଛନ୍ତି ରାହୁଲ ଅଭିଯୋଗ ଉପରେ ଆମେ ନିରୀକ୍ଷଣ କରିଥିଲୁ ।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କ କହିବା କଥା ସେ ଲଗାତାର ନିର୍ବାଚନ ଆୟୋଗଙ୍କୁ ଘେରି ଚାଲିବେ । ଏବେ କଂଗ୍ରେସ ଯାହା ତଥ୍ୟ ଦେଇଛି ତାହା ହାଇଡ୍ରୋଜେନ ବୋମା ନୁହେଁ । ଆଗକୁ ଆହୁରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିବି । ରାହୁଲ କହିଛନ୍ତି ମୁଁ ପ୍ରତିଥର ପୂରା ସତ୍ୟତାର ସହ କହୁଛି ଯେ, ପ୍ରମାଣ ଆଧାରରେ ହିଁ ମୁଁ ତଥ୍ୟ ରଖୁଛି । ମୁଁ ନିଜର ରିସର୍ଚ୍ଚ ଟିମକୁ କହି ସାରିଛି ଏବଂ ଦାବି ଉପରେ ସତ୍ୟତା ଥିଲେ ମଞ୍ଚ ଉପରକୁ ଯିବି ।
Aslo read: ନିର୍ବାଚନ ଆୟୋଗଙ୍କଠୁ ଆମକୁ ଭିତିରିଆ ମିଳୁଛି ସାହାଯ୍ୟ, ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ଉପରେ ଆଉ ଏକ ଦାବି